Advertisment

ଟ୍ରକ୍‌ ସହ ପିଟି ହେଲା ଡବଲ୍‌ ଡେକର୍‌ ବସ୍‌, ୫ ମୃତ

ମୃତକଙ୍କ ମଧ୍ୟରେ ଏକ ୫ ମାସର ଶିଶୁ ମଧ୍ୟ ରହିଛି। ସେହିପରି ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

Accident

Accident

Advertisment

ଭୟଙ୍କର ଦୁର୍ଘଟଣା। ଟ୍ରକ୍ ଓ ଡବଲ୍‌ ଡେକର୍ ବସ୍ ମଧ୍ୟରେ ହେଲା ଧକ୍କା। ଚାଲିଗଲା ୫ ଜଣଙ୍କ ଜୀବନ। ଏଥିସହ ୧୫ରୁ ଅଧିକ ଆହତ ମଧ୍ୟ ହୋଇଛନ୍ତି। ଉିତ୍ତରପ୍ରଦେଶର ଅଲିଗଡ଼ରେ ଯମୁନା ଏକ୍ସପ୍ରେସ୍‌ଓ୍ୱେରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା।

Advertisment

ସୂଚନା ମୁତାବକ, ଡବଲ ଡେକର୍‌ ଘରୋଇ ବସ୍‌ଟି ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଆଜମଗଡ଼ ଯାଉଥିଲା। ତେବେ ଏତିକି ବେଳେ ଯମୁନା ଏକ୍ସପ୍ରେସ୍‌ଓ୍ୱେ ୫୬ ନମ୍ବର ଜାତୀୟ ରାଜପଥରେ ନିୟନ୍ତ୍ରଣ ହରାଇ ଦ୍ରୁତ ଗତିରେ ଆସି ବସ୍‌ଟି ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା।

ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ବସର ଆଗ ଭାଗ ପୂରାପୁରି ଭାଙ୍ଗି ଚୂରମାର ହୋଇଯାଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ, ଜଣେ ମହିଳା ଓ ଏକ ୫ ମାସର ଶିଶୁ ମଧ୍ୟ ରହିଛି। ମୃତଦେହ ଗୁଡିକ ବସ୍‌ ଭିତରେ ଫଶି ରହିଥିବା ବେଳେ କଟର୍‌ରେ କାଟି ସେମାନଙ୍କୁ ବାହାର କରାଯାଇଛି।

Advertisment

ସେହିପରି ଦୁର୍ଘଟଣାରେ ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଜେଓ୍ୱରା କୈଳାଶ ହସ୍ପିଟାଲରେ ଭର୍ତ୍ତି କରିଛି। ଏମାନଙ୍କ ମଧ୍ୟରୁ ୫ରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହାବ୍ୟତୀତ ମୃତଦେହଗୁଡିକ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସେପଟେ ଦୁର୍ଘଟଣା ଯୋଗୁ ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ ସମସ୍ୟା ସୃଷ୍ଟି ହୋଇଥିଲା। କିନ୍ତୁ ପରେ ପୁଲିସ ଏହାର ସମାଧାନ କରିଛି। ଦୁର୍ଘଟଣାର ଶିକାର ହୋଇଥିବା ବସ୍‌ଟି ଫୈବାଦର କୃଷ୍ଟା ଟ୍ରାଭେଲର ବୋଲି କୁହାଯାଉଛି।

Accident Uttar Pradesh Bus Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe