Advertisment

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ୫ ମୃତ

୧୭ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିଲେ।

ଅଦ୍ୟତନ ହୋଇଛି
Building Collapse

Building Collapse

Advertisment

ଚାଲିଥିଲା ନିର୍ମାଣ କାମ। ହଠାତ୍‌ ଭୁଶୁଡି ପଡିଲା ନିର୍ମାଣାଧୀନ କୋଠା। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେବି ଗଭ୍ନାବଶେଷ ତଳେ ୩ ଜଣ ଶ୍ରମିତ ଫଶି ରହିଥିବା ଆଶଙ୍କା କରାଯାଉଛି। ବେଙ୍ଗାଲୁରୁରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି। ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ସନ୍ଧ୍ୟାରେ ସହରରେ ଏକ ନିର୍ମାଣାଧୀନ ୭ ମହଲା କୋଠା ଭୁଶୁଡ଼ି ପଡ଼ିଛି। ବାବୁସାପାଲିଆଠାରେ ଥିବା ଅଂଜନାଦ୍ରି ଲେଆଉଟରେ ଏହି ଘଟଣା ଘଟିଛି।

ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣଙ୍କୁ ଭଗ୍ନାବଶେଷ ତଳୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୧୭ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା କୁହାଯାଉଥିଲା। ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୮ ଜଣଙ୍କୁ ରାତିରେ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେବି ଆହୁରି ୩ରୁ ୪ ଜଣ ଶ୍ରମିକ ଫଶି ରହିଥିବା ଆଶଙ୍କା କରାଯାଉଛି।

Advertisment

ସେପଟେ ଏହି ଦୁର୍ଘଟଣାକୁ ନେଇ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି ଶିବକୁମାର କହିଛନ୍ତି, ସରକର ସରକାର ଏହି ବିପର୍ଯ୍ୟୟକୁ ରୋକି ପାରିବେ ନାହିଁ। କିନ୍ତୁ ରିଲିଫ ଏବଂ ଉଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଅନେକ ଦଳ ନିୟୋଜିତ ଅଛନ୍ତି। ଆପାର୍ଟମେଣ୍ଟ ଏବଂ ତଳିଆ ଅଞ୍ଚଳରୁ ଜଳ ହଟାଇବା ପାଇଁ ପମ୍ପ ନିୟୋଜିତ କରାଯାଇଛି। ରାଜ୍ୟ ତଥା ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Bengaluru Building Collapses
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe