Advertisment

ମାଉଥ ଫ୍ରେଶନର ଖାଇବା ପରେ ରକ୍ତବାନ୍ତି କଲେ ୫ ସାଙ୍ଗ

ଅଙ୍କିତ କୁମାର ପତ୍ନୀ ଓ ୩ ଜଣ ସାଙ୍ଗକୁ ଧରି ଗୁରୁଗ୍ରାମର ସେକ୍ଟର ୯୦ରେ ଥିବା ଲାଫୋରେଷ୍ଟା କାଫେକୁ ଯାଇଥିଲେ।

Cafe

Cafe

Advertisment

ପତ୍ନୀ ଓ ସାଙ୍ଗ ମାନଙ୍କୁ ଧରି ରେଷ୍ଟୁରାଣ୍ଟ ଯାଇଥିଲେ ଜଣେ ବ୍ୟକ୍ତି। ୫ ଜଣ ଯାକ ହସଖୁସିରେ ସେଠାରେ ଖାଇଥିଲେ। ଖାଦ୍ୟ ଖାଇବା ପରେ କିନ୍ତୁ ଘଟିଥିଲା ଅଘଟଣ।

Advertisment

ରେଷ୍ଟୁରାଣ୍ଟ ପକ୍ଷରୁ ଦିଆଯାଇଥିବା ମାଉଥ ଫ୍ରେଶନର ଖାଇବା ପରେ ବଦଳି ଯାଇଥିଲା ଚିତ୍ର। ମାଉଥ ଫ୍ରେଶନର ଖାଇବା କ୍ଷଣି ସମସ୍ତେ ଅସହଜ ଅନୁଭବ କରିଥିଲେ। ଏହାପରେ ସେମାନେ ରକ୍ତବାନ୍ତି କରିବା ଆରମ୍ଭ କରିଛନ୍ତି। ରେଷ୍ଟୁରାଣ୍ଟ ଭିତରେ ଏପରି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି। ଗୁରୁଗ୍ରାମଠାରେ ଥିବା ଗୋଟିଏ ରେଷ୍ଟୁରାଣ୍ଟରେ ଏହି ଘଟଣା ଘଟିଛି।

ଅଙ୍କିତ କୁମାର ପତ୍ନୀ ଓ ୩ ଜଣ ସାଙ୍ଗକୁ ଧରି ଗୁରୁଗ୍ରାମର ସେକ୍ଟର ୯୦ରେ ଥିବା ଲାଫୋରେଷ୍ଟା କାଫେକୁ ଯାଇଥିଲେ। ସେଠାରେ ସମସ୍ତେ ଖାଦ୍ୟ ଖାଇଥିଲେ। ଏହାପରେ ରେଷ୍ଟୁରାଣ୍ଟ ପକ୍ଷରୁ ସେମାନଙ୍କୁ ମାଉଥ ଫ୍ରେଶନର ଦିଆଯାଇଥିଲା। ଏହାକୁ ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିଲେ।

Advertisment

୫ ଜଣ ଯାକ ଯନ୍ତ୍ରଣା ଓ ଅସୁସ୍ଥତା ଯୋଗୁ ରେଷ୍ଟୁରାଣ୍ଟ ଭିତରେ ଚିତ୍କାର କରିବା ଆରମ୍ଭ କରିଥିଲେ। ସେମାନଙ୍କ ଭିତରୁ ଜଣେ ରେଷ୍ଟୁରାଣ୍ଟ ଭିତରେ ବାନ୍ତି କରିବା ସହ ଅମିତ କୁମାରଙ୍କ ପତ୍ନୀ ପୋଡ଼ା ଜଳାରୁ ବର୍ତ୍ତିବା ପାଇଁ ପାଟିରେ ବରଫ ଭର୍ତ୍ତି କରିବା ବେଳର ଭିଡିଓ ସାମ୍ନାକୁ ଆସିଛି।

ଯନ୍ତ୍ରଣା ସହ ରକ୍ତବାନ୍ତି କରିଥିବା ଅମିତ କୁମାର କହିଛନ୍ତି, “ସେମାନେ ମାଉଥ ଫ୍ରେଶନରରେ କ’ଣ ମିଶାଇଛନ୍ତି ଆମେ ଜାଣିନୁ। ଏହାକୁ ଖାଇବା ପରେ ଆମେ ସମସ୍ତେ ବାନ୍ତି କରିଛୁ। ସମସ୍ତଙ୍କ ଜିଭ କଟି ଯାଇଛି। ପାଟି ଜଳିବାରେ ଲାଗିଛି। ଆମେ ଜାଣିନୁ ସେମାନେ କେଉଁ କେମିକାଲ ଦେଇଛନ୍ତି।” ଏକଥା କହିବା ପରେ ସେ କାଫେରେ ଥିବା ଅନ୍ୟମାନଙ୍କୁ ପୁଲିସ୍‌କୁ ଖବର ଦେବାକୁ କହିଥିଲେ।

ରିପୋର୍ଟ ଅନୁସାରେ, ପ୍ରଥମେ ପୀଡ଼ିତମାନେ ପାଟି ଭିତରେ ଜଳିବା ଭଳି ଅନୁଭବ କରିଥିଲେ। ଏହାପରେ ସେମାନେ ପାଟିରେ ଥିବା ମାଉଥ ଫ୍ରେଶନରକୁ ଫିଙ୍ଗିବାର ଆରମ୍ଭ କରିଥିଲେ। ଏହି ସମୟରେ ସେମାନଙ୍କର ରକ୍ତବାନ୍ତି ହୋଇଥିଲା। ସେମାନେ ପାଟିରେ ବରଫ ଓ ପାଣି ଭର୍ତ୍ତି କରିଥିଲେ ହେଁ କୌଣସି ପ୍ରକାରର ଲାଭ ପାଇ ନଥିଲେ।

ଘଟଣା ପରେ ସମସ୍ତ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୁଲିସ୍‌ ପୀଡ଼ିତଙ୍କ ବୟାନ ଆଧାରରେ ରେଷ୍ଟୁରାଣ୍ଟର ମାଲିକଙ୍କ ବିରୋଧରେ ମାମଲା କରିଛି।

Uttar Pradesh Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe