ଟ୍ରକ୍‌କୁ ପିଟିଲା ଟ୍ରକ୍‌; ୫ ମୃତ, ୯ ଗୁରୁତର

ଏକ ଆଖୁ ବୋଝେଇ ଟ୍ରକ୍‌ ଓ ଏକ ଶ୍ରମିକ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। । ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ହୋଇଛନ୍ତି।

Representational Image

  • Published: Thursday, 02 February 2023
  • , Updated: 02 February 2023, 07:57 AM IST

ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଗତକାଲି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଆଖୁ ବୋଝେଇ ଟ୍ରକ୍‌ ଓ ଏକ ଶ୍ରମିକ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। । ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ହୋଇଛନ୍ତି।

ଦେଢତାଲାଇ ପୁଲିସ୍‌ ଷ୍ଟେଶନ ଆଇଆଇସିଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ବୁହରାନପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୬୦ କିମି ଦୂର ଦେଢତାଲାଇ-ଶେଖପୁରା ରାସ୍ତାରେ ଗତକାଲି ଘଟିଛି। ତାଙ୍କ ସୂଚନା ଅନୁଯାୟୀ, ରାସ୍ତାର ଉଭୟ ପାର୍ଶ୍ୱରେ ଯାଉଥିବା ଏକ ଆଖୁ ବୋଝେଇ ଟ୍ରକ୍‌ ଓ ଏକ ଶ୍ରମିକ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଶ୍ରମିକ ବୋଝେଇ ଟ୍ରକ୍‌ର ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ନାବାଳିକା ଓ ଜଣେ ମହିଳା ଥିବେ ଜଣାଯାଇଛି। ସେହିପରି ଦୁର୍ଘଟଣାରେ ଗୁରୁତର ୯ ଜଣଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ପରେ ଆଖୁ ବୋଝେଇ ଟ୍ରକ୍‌ର ଚାଳକ ଓ ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାଯାଇଛି। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story