Advertisment

ଅବିଶ୍ରାନ୍ତ ବର୍ଷା ଯୋଗୁ ଭୟଙ୍କର ଭୂସ୍ଖଳନ: ୫ ମୃତ, ବ୍ୟାପକ କ୍ଷୟକ୍ଷତି

ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦,୧୫୦ ଜଣ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

author-image
Hemant Lenka
Rain

Rain

ମୌସୁମୀ ଆସିବା ପରେ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ଆସାମର କାମରୁପ(ମେଟ୍ରୋ) ଜିଲ୍ଲାରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏଠାରେ ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ କିଛି ଛୋଟ ପିଲା ବି ରହିଛନ୍ତି। ଭୂସ୍ଖଳନ ସହରର ବୋଣ୍ଡା ଅଞ୍ଚଳରେ ହୋଇଛି। ପୁନମ ଗୋସ୍ୱାମୀ ନିଜର ଛୋଟ ଝିଅ ଓ ଅନ୍ୟ ଜଣେ ଛୋଟ ପିଲା ସହ ଘରେ ରହିଥିବା ବେଳେ ଭୂସ୍ଖଳନ ଯୋଗୁ ଏହା ଭୁଶୁଡ଼ି ପଡ଼ିଥିଲା। ଏଥିଯୋଗୁ ସେମାନଙ୍କର ମୃତ୍ୟୁ ହୋଇଛି। ସେହିପରି ଏହି ଭୂସ୍ଖଳନରେ ଆଉ ୨ ଜଣଙ୍କ ଜୀବନ ଯାଇଛି।

Advertisment

କାମରୁପମ(ମେଟ୍ରୋ)ରେ ଭୂସ୍ଖଳନ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବରକୁ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏଏସ୍‌ଡିଏମ) ନିଶ୍ଚିତ କରିଛି। ଶନିବାର ସକାଳୁ ଜାରି ବୁଲେଟିନରେ ଏଏସ୍‌ଡିଏମ କହିଛି ଯେ ସହିରୀ ବନ୍ୟା ଦ୍ୱାରା ୩ଟି ଜିଲ୍ଲା ପ୍ରଭାବିତ ହୋଇଛନ୍ତି। ସେହି ଜିଲ୍ଲାଗୁଡ଼ିକ ହେଲା- କାମରୁପ, କାମରୁପ(ମେଟ୍ରୋ) ଓ ଚାଚର।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦,୧୫୦ ଜଣ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଏହାବାଦ ଧେମାଜି, ଲକ୍ଷ୍ମୀପୁର ଓ ଗୋଲାଘାଟ ଏବଂ ୮ଟି ରାଜସ୍ୱ ସର୍କଲକୁ ବନ୍ୟା ପ୍ରଭାବିତ କରିଛି। ବର୍ଷା ଲାଗି ରହିଥିଲେ ହେଁ ଆଜି ସକାଳୁ ଏନଡିଆରଏଫ ଓ ଏସଡିଆରଏଫ ବନ୍ୟା ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା କାମରେ ଲାଗି ପଡ଼ିଛନ୍ତି।

Advertisment

ଚିରାଙ୍ଗ, ବାକସା, ବାରପେଟା, ବୋଙ୍ଗିଆଗାଓଁ, ବାଜାଲି, ତାମୁଲପୁର, ଡାରଙ୍ଗ ଓ ଉଦଲଗୁରି ପାଇଁ ପାଣିପାଗ ବିଭାଗ ରେର୍ଡ ଆଲର୍ଟ ଜାରି କରିଛି। ଏହି ସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। କିଛି ସ୍ଥାନରେ ଶନିବାର ସକାଳୁ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି।

ଅରୁଣାଚଳ ଓ ମେଘାଳୟରେ ବର୍ଷା ହେଉଥିବା ଆସାମ ବିଶେଷ କରି ଗୌହାଟୀର ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖାଯାଇଛି। ସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନକୁ ଆଜି ପାଇଁ ବନ୍ଦ ରଖାଯାଇଛି।

Rain Assam Land Slide