Advertisment

ମାଟି ଅତଡ଼ା ଖସିବାରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

ଗୋଟିଏ ପରିବାରର ବାପା ମାଆଙ୍କ ସମେତ ୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
Assam

Assam

Advertisment

ଲଗାଣ ବର୍ଷା ଯୋଗୁ ମାଟି ଅତଡ଼ା ଖସିବାରୁ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି।

Advertisment

ଆସାମର କରିମଗଞ୍ଜ ଜିଲ୍ଲାର ଗିନାଚୋରା ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା। ଗତ ତିନି ଦନଧରି ଆସାମର ଚୌହାଟୀ ସମେତ ଆଖପାଖ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଗିନାଚୋରା ଅଞ୍ଚଳରେ ୨୪ ଘଣ୍ଟା ଧରି ଲଗାଣ ବର୍ଷା ହେବାରୁ ମାଟି ଅତଡ଼ା ଖସି ରୟମୁନ ନିଶାଙ୍କ ଘର ଉପରେ ପଡ଼ିଯାଇଥିଲା। ଫଳରେ ଦିର୍ଘ ସମୟ ଧରି ମାଟି ତଳେ ଚାପି ହୋଇ ରହିଥିଲେ ରୟମୁନ ନିଶାଙ୍କ ପରିବାର। କିଛି କ୍ଷଣ ଭିତରେ ଗୋଟିଏ ପରିବାରର ବାପା ମାଆଙ୍କ ସମେତ ୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଘଟଣାପରେ ପୁଲିସ ପହଞ୍ଚି ସମସ୍ତ ମୃତକଙ୍କ ଶବ ଉଦ୍ଦାର କରିଛି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ମୃତକଙ୍କୁ ସରକାରୀ ସହାୟତା ଯୋଗାଇବା ଲାଗି ଦାବି ହୋଇଛି।

ପୁଲିସ କହିଛି ଯେ ଗତକାଲି ରାତି ୧୨. ୪୫ରେ ଗିନାଚୋରା ଗାଁରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଥିଲା। ଖବର ମିଳିବା ମାତ୍ରେ ବଦାରପୁର ପୁଲିସ ଷ୍ଟେସନର ଅଧିକାରୀ କର୍ମଚାରୀଙ୍କ ସହ SDRF ଷ୍ଟାପ ଉଦ୍ଧର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଦିର୍ଘ ୩ଘଣ୍ଟାର ପରିଶ୍ରମ ପରେ ମାଟିତଳୁ ୫ ଜଣଙ୍କର ମୃତଦେହ ଉଦ୍ଧାର କରିଥିଲେ।

Advertisment

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe