Advertisment

୨ ଜେଏନୟୁ ଛାତ୍ରୀଙ୍କୁ ଅସଦଚାରଣ ସହ ଅପହରଣ ଉଦ୍ୟମ, ପିଏଚ୍‌ଡି ଛାତ୍ରଙ୍କୁ ମାଡ଼

୫ ଜଣ ଯାକ ଯୁବକ ଗୋଟିଏ କାର୍‌ରେ ଥିଲେ ଓ ପ୍ରଚୁର ମଦ ପିଇଥିଲେ। ସେମାନେ ଦୁଇ ଛାତ୍ରୀଙ୍କୁ କାର୍‌ ମଧ୍ୟକୁ ଟାଣି ନେବାକୁ ଚେଷ୍ଟା କରିଥିଲେ। ପୁଲିସ୍‌ ଘଟଣାରେ ବ୍ୟବହୃତ ହୋଇଥିବା ସୁଇଫ୍ଟ ଡିଜାଏର କାର୍‌କୁ ଚିହ୍ନଟ କରିଛି।

JNU

JNU

Advertisment

ଦେଶର ଅନ୍ୟତମ ପ୍ରଖ୍ୟାତ ଶିକ୍ଷାନୁଷ୍ଠାନ ଜେଏନୟୁ ନିକଟରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ରହି ପାଠ ପଢ଼ୁଥିବା ୨ ଜଣ ଛାତ୍ରୀଙ୍କୁ ୫ ଜଣ ଯୁବକ ଅସଦାଚରଣ କରିବା ସହ ଅପହରଣ କରିବାକୁ ଉଦ୍ୟମ କରିଛନ୍ତି। ଅପହରଣ ଉଦ୍ୟମ ଫେଲ ମାରିବାର ପ୍ରାୟ ୧ ଘଣ୍ଟା ପରେ ୫ ଯୁବକ ଜେଏନ୍‌ୟୁରେ ପିଏଚଡି କରୁଥିବା ଜଣେ ଛାତ୍ରଙ୍କୁ ପ୍ରବଳ ମାଡ଼ ବି ମାରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ପୂରା ଘଟଣା ଘଟିଥିବା ବେଳେ ଏହାକୁ ନେଇ କ୍ୟାମ୍ପସରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଅସଦାଚରଣ ଓ ମାଡ଼ ମାରିଥିବା ଯୁବକମାନେ ପୂର୍ବରୁ ମଧ୍ୟ କ୍ୟାମ୍ପସ ପାଖରେ ଗାଡ଼ି ଚଳାଇବା ସହ ଅନ୍ୟ ପିଲାମାନଙ୍କୁ ମଧ୍ୟ ହଇରାଣ କରିଥିଲେ। ଘଟଣାରେ ସାମିଲ ଥିବା ସନ୍ଦେହରେ ବିଟେକ ଛାତ୍ର ଅଭିଷେକଙ୍କୁ ପୁଲିସ୍‌ ଗିରଫ କରିଛି। ତେବେ ଅନ୍ୟ ୪ ଜଣ ଏବେ ବି ଫେରାର ରହିଛନ୍ତି। ଗିରଫ ଅଭିଷେକ ଗୁରୁଗ୍ରାମ ଅଞ୍ଚଳର। ସେ ଆଉ ଏକ କଲେଜରେ ପଢ଼ନ୍ତି। ଜେଏନୟୁକୁ ସେ ଘଟଣା ଦିନ ଏକାଧିକ ଥର ଆସିଥିଲେ। ଏଠାରେ ତାଙ୍କର ଜଣେ ବନ୍ଧୁ ପଢ଼ୁଥିବା ସେ ଦାବି କରିଛନ୍ତି। 

ପୁଲିସ୍‌ ଏହି ଘଟଣାରେ ୨ଟି ଏଫଆଇଆର ରୁଜୁ କରିଛି। ଗୋଟିଏ ଏଫଆଇଆର ବସନ୍ତ କୁଞ୍ଜ ଓ ଅନ୍ୟଟି କିଷନଗଡ଼ ପୁଲିସ ଷ୍ଟେସନରେ ପଞ୍ଜିକୃତ ହୋଇଛି।

Advertisment

ତେବେ ଏହି ଘଟଣା ଛାତ୍ରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଏବେ ଶିକ୍ଷାର୍ଥୀମାନେ କ୍ୟାମ୍ପସରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମୁତୟନ କରିବାକୁ ମଧ୍ୟ ଦାବି କରିଛନ୍ତି।

ପ୍ରଥମ ଘଟଣାରେ ୨ ଜଣ ଛାତ୍ରୀ ରାତ୍ର ଭୋଜନ ପରେ କ୍ୟାମ୍ପସ ନିକଟରେ ଚଲା ବୁଲା କରୁଥିଲେ। ଏହି ସମୟରେ ୫ ଜଣ ଯୁବକ ସେମାନଙ୍କୁ ଅସଦାଚରଣ କରିବା ସହ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ପୁଲିସ କହିଛି ଯେ ଘଟଣାଟି ରାତି ୧୧ଟାରୁ ୧୧.୩୦ ମଧ୍ୟରେ ଘଟିଥିଲା। ଏନେଇ ରାତି ୧ଟାରେ ପିସିଆରକୁ ଫୋନ ଆସିଥିଲା।

୫ ଜଣ ଯାକ ଯୁବକ ଗୋଟିଏ କାର୍‌ରେ ଥିଲେ ଓ ପ୍ରଚୁର ମଦ ପିଇଥିଲେ। ସେମାନେ ଦୁଇ ଛାତ୍ରୀଙ୍କୁ କାର୍‌ ମଧ୍ୟକୁ ଟାଣି ନେବାକୁ ଚେଷ୍ଟା କରିଥିଲେ। ପୁଲିସ୍‌ ଘଟଣାରେ ବ୍ୟବହୃତ ହୋଇଥିବା ସୁଇଫ୍ଟ ଡିଜାଏର କାର୍‌କୁ ଚିହ୍ନଟ କରିଛି। ବୁଧବାର ସକାଳେ ହିଁ ଦୁଇ ଛାତ୍ରୀ ପୁଲିସରେ ଅଭିଯୋଗ କରିଥିଲେ।

ସେମାନେ କହିଛନ୍ତି ଯେ ୫ ଯୁବକ ସେମାନଙ୍କୁ କାର୍‌ ଭିତରକୁ ଟାଣିବାକୁ ଚେଷ୍ଟା କରିଥିଲେ। ହେଲେ ଉଭୟ ଚିତ୍କାର କରିବାରୁ ସେମାନେ ସେଠାରୁ ଚାଲି ଯାଇଥିଲେ। ଘଟଣାଟି ଗୋଟିଏ ଗଳି ରାସ୍ତାରେ ଘଟିଥିବା ବେଳେ ସେଠାରେ ସିସିଟିଭି ନଥିଲା ବୋଲି ପୁଲିସ କହିଛି।

ଏହି ଘଟଣାର କିଛି ଘଣ୍ଟା ପରେ ଉତ୍ତର ଗେଟ୍‌ ପାଖରେ ୫ ଯୁବକ ଜଣେ ପିଏଚଡି ଛାତ୍ରଙ୍କୁ ମାଡ଼ ମାରିଥିଲେ। ଏନେଇ ପୁଲିସ୍‌କୁ ୧୨.୩୦ରେ ଫୋନ ଆସିଥିଲା। ୫ ଯୁବକ କାର୍‌ରେ ବସି ଆଇସ କ୍ରିମ ଖାଉଥିବା ବେଳେ ଏହାର ଡୋର ଖୋଲା ରହିଥିଲା।

ପିଏଚ୍‌ଡି ଛାତ୍ର ଜଣଙ୍କ ସେହି ରାସ୍ତାରେ ଯାଉଥିବା ବେଳେ ଡୋର ବନ୍ଦ କରିବାକୁ କହିଥିଲେ। ଏହାକୁ ନେଇ ସେମାନେ ପିଏଚ୍‌ଡି ଛାତ୍ରଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଛାତ୍ର ଜଣଙ୍କ ଅଭିଯୋକ୍ରମରେ କିଷନଗଡ଼ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି।

JNU Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe