Advertisment

ହୋହଲ୍ଲା କରିବାରୁ ତ୍ରିପୁରା ବିଧାନସଭା ଗୃହ କାର୍ଯ୍ୟରୁ ନିଲମ୍ୱିତ ହେଲେ ୫ ବିଧାୟକ

ଚଳିତ ବର୍ଷ ଆରମ୍ଭରେ ଯାଦବ ଲାଲ ବିଧାନସଭାରେ ଏକ ଆପତ୍ତିଜନକ ଭିଡିଓ ଦେଖୁଥିବା ଜଣାପଡ଼ିଥିଲା। ଆଜି ଏହି ଘଟଣା ନେଇ ଆଲୋଚନା କରିବା ପାଇଁ ବିରୋଧୀ ଦଳ ନେତା ଅନିମେଷ ଦେବବର୍ମା ଗୃହରେ ପ୍ରସ୍ତାବ ଦେଇଥିଲେ।

Tripura Assembly House

Tripura Assembly House

Advertisment

ବିଧାନସଭା ଗୃହ କାର୍ଯ୍ୟରୁ ନିଲମ୍ୱିତ ହେଲେ ୫ ବିଧାୟକ। ଆଜି ତ୍ରିପୁରା ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳର ଏହି ୫ ସଦସ୍ୟ ହୋହଲ୍ଲା କରିଥିଲେ। ଗୃହକାର୍ଯ୍ୟ ଚାଲିବାରେ ବାଧା ସୃଷ୍ଟି କରିବାରୁ ତାଙ୍କ ବିରୋଧରେ ବିଧାନସଭା ଅଧ୍ୟକ୍ଷ ଏହି ପଦକ୍ଷେପ ନେଇଛନ୍ତି। ସମସ୍ତଙ୍କୁ ଦିନକ ପାଇଁ ଗୃହ କାର୍ଯ୍ୟରୁ ନିଲମ୍ୱିତ କରାଯାଇଥିଲା। ସେପଟେ ଏହି ଆଦେଶକୁ ପୁନଃ ରଦ୍ଦ କରିବାକୁ ବିଧାନସଭା ଅଧ୍ୟକ୍ଷ ପଦକ୍ଷେପ ନେଇଛନ୍ତି। ଯାହା ଆଲୋଚନାର ବିଷୟ ହୋଇଛି।

Advertisment

ବିନାସଭାରେ ବଜେଟ ଅଧିବେଶନ ଚାଲିଥିବା ବେଳେ ବିରୋଧୀ ଟିଏମ୍‌ପି, ସିପିଆଇ-ଏମ୍ ଓ କଂଗ୍ରେସର ବିଧାୟକମାନେ ବିଜେପି ବିଧାୟକ ଯାଦବ ଲାଲ ଦେବନାଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନାରାବାଜି କରିଥିଲେ।

ଚଳିତ ବର୍ଷ ଆରମ୍ଭରେ ଯାଦବ ଲାଲ ବିଧାନସଭାରେ ଏକ ଆପତ୍ତିଜନକ ଭିଡିଓ ଦେଖୁଥିବା ଜଣାପଡ଼ିଥିଲା। ଆଜି ଏହି ଘଟଣା ନେଇ ଆଲୋଚନା କରିବା ପାଇଁ ବିରୋଧୀ ଦଳ ନେତା ଅନିମେଷ ଦେବବର୍ମା ଗୃହରେ ପ୍ରସ୍ତାବ ଦେଇଥିଲେ। ଯାହାକୁ ବିଧାନସଭା ଅଧ୍ୟକ୍ଷ ଖାରଜ କରିଦେଇଥିଲେ। ଯାହାକୁ ବିରୋଧୀ ଦଳର ସଦସ୍ୟମାନେ ବିରୋଧ କରି ହୋହଲ୍ଲା କରିଥିଲେ। ସମସ୍ତ ବିରୋଧୀ ଦଳନେତାମାନେ ହୋହଲ୍ଲା କରିବା ବେଳେ ଏକ ଚେନ୍‌ ଭଳି ଠିଆ ହୋଇଥିଲେ। ଯେତେବେଳେ କିଛି ସଦସ୍ୟ ଅଧ୍ୟକ୍ଷଙ୍କ ଟେବୁଲ ନିକଟରେ ପହଞ୍ଚି ଯାଇଥିଲେ।

Advertisment

ଯାହାପରେ ବିଧାନସଭା ଅଧ୍ୟକ୍ଷ ବିଶ୍ୱା ବନ୍ଧୁ କଂଗ୍ରେସର ସୁଦୀପ ରାୟ ବର୍ମନ, ସିପିଆଇ-ଏମ୍‌ର ନୟନ ସରକାର ଓ ବୃଷକେତୁ ଦେବବର୍ମା, ଟିଏମ୍‌ପିର ନନ୍ଦିତା ରିୟାଙ୍ଗ ଓ ରଞ୍ଜିତ ଦେବବର୍ମାଙ୍କୁ ଗୃହକାର୍ଯ୍ୟରୁ ନିଲମ୍ୱନ କରିବାକୁ ଘୋଷଣା କରିଥିଲେ।

ଅଧ୍ୟକ୍ଷଙ୍କ ଏହି ନିଷ୍ପତ୍ତିକୁ ସମସ୍ତ ବିରୋଧୀ ନେତାମାନେ ବିରୋଧ କରିଥିଲେ ଓ ବିଜେପି ବିଧାୟକ ଯାଦବ ଲାଲ ଦେବନାଥଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ସହ ବ୍ଲାକ୍‌ଆଉଟ୍ କରିଥିଲେ।

Tripura Arrogant Government
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe