Advertisment

ସୁପ୍ରିମକୋର୍ଟଙ୍କୁ କଥା ଦେଲେ କେନ୍ଦ୍ର ସରକାର: ଖୁବଶୀଘ୍ର ନିଯୁକ୍ତ ହେବେ ୫ ବିଚାରପତି

ଡିସେମ୍ବର ମାସରେ କଲେଜିୟମ ୩ଟି ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଓ ୨ ଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପ୍ରମୋସନ ଦେବା ପାଇଁ କେନ୍ଦ୍ରକୁ ସୁପାରିସ କରିଥିଲେ।

undefined

Supreme Court

Advertisment

ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ଖୁବଶୀଘ୍ର ୫ ଜଣ ବିଚାରପତିଙ୍କୁ ନିଯୁକ୍ତି ଦେବେ। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଏପରି ପ୍ରତିଶ୍ରୁତି ଦିଆଯାଇଛି। ଡିସେମ୍ବର ମାସରେ କଲେଜିୟମ ୩ଟି ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଓ ୨ ଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପ୍ରମୋସନ ଦେବା ପାଇଁ କେନ୍ଦ୍ରକୁ ସୁପାରିସ କରିଥିଲେ। ଏବେ କେନ୍ଦ୍ର ସରକାର ଏହି ସୁପାରିସ ଅନୁଯାୟୀ ୫ ବିଚାରପତିଙ୍କ ନାଁ ଉପରେ ମୋହର ମାରିବେ।

Advertisment

ଏହି ୫ ବିଚାରପତି ଶପଥ ନେବା ପରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇବ। ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ମୋଟ ୩୪ ଜଣ ବିଚାରପତି ରହିପାରିବେ। ଏବେ ସୁପ୍ରିମକୋର୍ଟରେ ୨୭ ଜଣ ବିଚାରପତି କାର୍ଯ୍ୟ କରୁଛନ୍ତି।

ଆଜି ସର୍ବୋଚ୍ଚ ଅଦାଲତ ବିଚାରପତି ନିଯୁକ୍ତିରେ ହେଉଥିବା ବିଳମ୍ବ ପ୍ରସଙ୍ଗରେ ଶୁଣାଣି କରିଥିଲେ। ଏହି ସମୟରେ କଲେଜିୟମ ସୁପାରିସ କରିଥିବା ୫ ଜଣ ବିଚାରପତିଙ୍କୁ ଖୁବଶୀଘ୍ର ପ୍ରମୋସନ ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହାପୂର୍ବରୁ ସୁପାରିସ ସତ୍ତ୍ୱେ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

Advertisment

ଡିସେମ୍ବର ୧୩ରେ ସୁପ୍ରିମକୋର୍ଟ କଲେଜିୟମ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତ୍ତଲ, ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କାରୋଲ, ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପିଭି ସଞ୍ଜୟ କୁମାର, ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଏହାସାନଦ୍ଦିନ ଅମନୁଲ୍ଲା ଓ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ମନୋଜ ମିଶ୍ରଙ୍କୁ ପଦୋନ୍ନତି ଦେବାକୁ ସୁପାରିସ କରିଥିଲେ।

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe