Advertisment

ରେଫ୍ରିଜେରେଟର ଫାଟି ଗୋଟିଏ ପରିବାରର ୫ ଜଣ ମୃତ

ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଏପରି ଏକ ଦୁଃଖଦ ଘଟଣା ଘଟିଛି।

author-image
Debibandita Barick
Representative Image

Representative Image

ଘରେ ଥିବା ରେଫ୍ରିଜେରେଟର ଫାଟି ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଶୋଚନୀୟ ମୃତ୍ୟୁ। ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଏପରି ଏକ ଦୁଃଖଦ ଘଟଣା ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ହଠାତ୍ ରେଫ୍ରିଜରେଟର କମ୍ପ୍ରେସର ବିସ୍ଫୋରଣ ଘଟିବାରୁ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ବାପା ମାଆଙ୍କ ସମେତ ତିନି ପିଲାଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ନମୁନା ସଂଗ୍ରହ କରିବାକୁ ଫୋରେନସିକ୍ ବିଶେଷଜ୍ଞଙ୍କ ଏକ ଟିମକୁ ଡକାଯାଇଥିବା ପୁଲିସ କହିଛି।

ସେପଟେ, ମହାରାଷ୍ଟ୍ର ପିମ୍ପ୍ରି ଚିଞ୍ଚୱାଡା ସହରରେ ଏକାଧିକ ଗ୍ୟାସ୍ ସିଲିଣ୍ଡର୍ ବ୍ଲାଷ୍ଟ୍ କରି ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଏଥିରେ ଦୁଇଟି ବସ୍ ପୋଡି ପାଉଁଶ ହୋଇଯାଇ ଥିବାବେଳେ ନିକଟରେ ଥିବା ଏକ କଲେଜ୍ ମଧ୍ୟ ପ୍ରଭାବିତ ହୋଇଛି। ସୌଭାଗ୍ୟବଶତଃ ଏଥିରେ କାହାରି ଜୀବନ ହାନୀ ହୋଇନାହିଁ।

Advertisment

ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛ। ଅଗ୍ନିଶମ ପୁଲିସର କହିବା ଅନୁସାରେ, ଏଠାରେ ବେଆଇନ ଭାବେ ଟ୍ୟାଙ୍କରରୁ ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରାଯାଉଥିଲା। ଅସାବଧାନତା କାରଣରୁ ସିଲିଣ୍ଡର ବ୍ଲାଷ୍ଟ୍ କରିଛି। ଘଟଣା ପରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Refrigerator Blast Gas Cylinder Blast Fridge Compressor Explodes