/odisha-reporter/media/post_attachments/uploadimage/library/16_9/16_9_0/IMAGE_1712733018.jpg)
5-people-die-while-trying-to-save-a-cat
ବିଲେଇକୁ ରକ୍ଷା କରିବା ହେଲା କାଳ। ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ। ଏଭଳି ଅବଭାନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଅହମଦ ନଗର ଜିଲ୍ଲାରେ।
ପ୍ରକୃତରେ ଜିଲ୍ଲାର ନେଭାସା ତହସିଲରେ ଥିବା ବାୟୋଗ୍ୟାସ୍ କୂଅରେ ଏକ ବିଲେଇ ପଡି ଯାଇଥିଲା। ତେବେ ସେହି ବିଲେଇକୁ ବଞ୍ଚାଇବା ପାଇଁ ପ୍ରଥମେ ଜଣେ ବ୍ୟକ୍ତି ଉକ୍ତ ବାୟୋଗ୍ୟାସ କୂଅ ଭିତରକୁ ଓହ୍ଲାଇଥିଲେ। ହେଲେ କିଛି ସମୟରେ ଉକ୍ତ ବ୍ୟକ୍ତି ଯେତେବେଳେ ଫେରିନଥିଲେ ସେତେବେଳେ ତାଙ୍କୁ ବଞ୍ଚାଇବାକୁ ଆଉ ଜଣେ ସେହି ବାୟୋଗ୍ୟାସ୍ କୂଅ ଭିତରକୁ ଯାଇଥିଲେ। ଏହାପରେ ଜଣଙ୍କ ପରେ ଜଣେ କରି ଗୋଟିଏ ପରିବାରର ୬ ଜଣ ବ୍ୟକ୍ତି ସେହି ବାୟୋଗ୍ୟାସ୍ ଗର୍ତ୍ତରେ ଫସି ଯାଇଥିଲେ। ପରେ ବହୁ କଷ୍ଟରେ ୬ ଜଣଙ୍କ ମଧ୍ୟରୁ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଛି।
ଗୋବର ଭର୍ତ୍ତି ବାୟୋଗ୍ୟାସ୍ ଗର୍ତ୍ତରେ ଫସିଯିବା ଯୋଗୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ବାୟୋଗ୍ୟାସ୍ କୂଅକୁ ଜଣେ କୃଷକ ତିଆରି କରିଥିଲେ। ପୁଲିସ ଏବଂ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପୂରା ଘଟଣାର ଯାଞ୍ଚ କରିଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ଏହି ଦୁର୍ଘଟଣା ଘଟିଥିଲା ​​ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଥିଲା।
ଜଣେ ଅଧିକାରୀଙ୍କ କହିବା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ନେଭାସା ତହସିଲର ୱାକଡି ଗାଁରେ ଏହି ଘଟଣା ଘଟିଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାତିସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସମସ୍ତ ମୃତଦେହକୁ ବୁଧବାର ସକାଳୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
