Advertisment

ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର; ୫ ମୃତ, ୪ ଗୁରୁତର

ଗତ ରାତି ପ୍ରାୟ ୧୦ଟାରେ କାକୋରୀ ଅଞ୍ଚଳରେ ରହୁଥିବା ମୁଶୀର ନାମକ ବ୍ୟକ୍ତିଙ୍କ ଘରେ ହଠାତ୍‌ ସର୍ଟ ସର୍କିଟ ହୋଇଥିଲା। ଏହାପରେ ସେଥିରୁ ନିଆଁ ଘର ସାରା ବ୍ୟାପି ଯାଇଥିଲ।

author-image
Niharika Rout
Gas Cylinder Blast

Gas Cylinder Blast

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗତ ରାତିରେ ଗ୍ୟାସ୍‌ ସିଲିଣ୍ଡର ବ୍ଲାଷ୍ଟ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଲକ୍ଷ୍ନୌର କାକୋରୀ ଅଞ୍ଚଳରେ ଏହି ଅଘଟଣ ଘଟିଛି।

Advertisment

ଗତ ରାତି ପ୍ରାୟ ୧୦ଟାରେ କାକୋରୀ ଅଞ୍ଚଳରେ ରହୁଥିବା ମୁଶୀର ନାମକ ବ୍ୟକ୍ତିଙ୍କ ଘରେ ହଠାତ୍‌ ସର୍ଟ ସର୍କିଟ ହୋଇଥିଲା। ଏହାପରେ ସେଥିରୁ ନିଆଁ ଘର ସାରା ବ୍ୟାପି ଯାଇଥିଲ। ଫଳରେ ଘରେ ଥିବା ଦୁଇଟି ଗ୍ୟାସ୍‌ ସିଲିଣ୍ଡର ନିଆଁ ଲାଗି ବିସ୍ଫୋରଣ ହୋଇଥିଲା ।

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୩ଟି ଅଗ୍ନିଶମ ଟିମ୍‌ ଦୀର୍ଘ ସମୟ ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ କାବୁ କରିଥିଲେ। ଏହାପରେ ତୁରନ୍ତ ଘରେ ଥିବା ୯ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଛୋଟ ଛୁଆ ଥିବା ଜଣାଯାଇଛି। ଆଉ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Uttar Pradesh Gas Leak