ଅତିକ ହତ୍ୟା ଘଟଣା: ସସ୍‌ପେଣ୍ଡ ହେଲେ ୫ ପୁଲିସ୍‌ କର୍ମୀ

ଅତିକ ଓ ଅଶରଫଙ୍କ ସୁରକ୍ଷାରେ ନିୟୋଜିତ ପୁଲିସ୍‌ କର୍ମୀଙ୍କୁ ଗତକାଲି ଏସଆଇଟି ଅଧିକାରୀ ପଚରାଉଚରା କରିଥିଲେ। ଏହାପରେ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅଶରଫ ଓ ଅତିକ ଅହମଦ ।

  • Published: Wednesday, 19 April 2023
  • , Updated: 19 April 2023, 01:58 PM IST

ଗତ ଶନିବାର ଉତ୍ତରପ୍ରଦେଶର ପ୍ରୟାଗରାଜରେ କଡ଼ା ପୁଲିସ୍‌ ସୁରକ୍ଷା ବଳୟ ମଧ୍ୟରେ ଗଣମାଧ୍ୟମ ସମ୍ମୁଖରେ ରାଜନେତାରୁ ଗ୍ୟାଙ୍ଗଷ୍ଟାର ପାଲଟିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏସଆଇଟି ଏହି ଘଟଣାର ତଦନ୍ତ କରୁଛି। ଏସଆଇଟି ତଦନ୍ତ ଆଧାରରେ ୫ ପୁଲିସ୍‌ କର୍ମୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟ ସରକାର। ନିଲମ୍ବିତ ହୋଇଥିବା ପୁଲିସ୍‌ କର୍ମୀଙ୍କ ମଧ୍ୟରେ ଶାହାଗଞ୍ଜର ଇନ୍ସପେକ୍ଟର ଅଶ୍ୱିନୀ ସିଂ, ଦୁଇ ସବ୍-ଇନ୍ସପେକ୍ଟର ଏବଂ ଦୁଇ ଜଣ କନଷ୍ଟେବଳ ଥିବା ଜଣାଯାଇଛି।

ଅତିକ ଓ ଅଶରଫଙ୍କ ସୁରକ୍ଷାରେ ନିୟୋଜିତ ପୁଲିସ୍‌ କର୍ମୀଙ୍କୁ ଗତକାଲି ଏସଆଇଟି ଅଧିକାରୀ ପଚରାଉଚରା କରିଥିଲେ। ଏହାପରେ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପୁଲିସ୍‌ର କଡ଼ା ସୁରକ୍ଷା ବଳୟରେ ମେଡିକାଲ ଚେକଅପ୍‌ ପାଇଁ ଯାଉଥିବା ଅତିକ ଓ ଅଶରଫଙ୍କୁ ୩ ହତ୍ୟାକାରୀ ସାମ୍ବାଦିକ ବେଶରେ ଆସି ପାଖରୁ ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୨ ଭାଇ ଆଖି ବୁଜିଥିବା ବେଳେ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିବା ବେଳେ ଏହାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହାବାଦ ଏଥିନିମନ୍ତେ ଏକ କମିଟି ଗଠିତ ହୋଇଥିବା ବେଳେ ୩ ମାସରେ ଏହା ରିପୋର୍ଟ ପ୍ରଦାନ କରିବ ବୋଲି ଜଣାଯାଇଛି।

Related story