Advertisment

୩୫୦ ଫୁଟ ତଳକୁ ଖସିଲା ସେନା ଗାଡ଼ି, ୫ ଯବାନ ମୃତ

ବର୍ତ୍ତମାନ ସୁଦ୍ଧା ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

ଅଦ୍ୟତନ ହୋଇଛି
accident

accident

Advertisment

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧାର ସ୍ଥିତ ବାଲନୋଇରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଗୋଟିଏ ସେନା ଗାଡ଼ି ଆଜି ଭାରସାମ୍ୟ ହରାଇ ରାସ୍ତାରୁ ସିଧା ୩୫୦ ଫୁଟ ଖାଇକୁ ଖସି ପଡ଼ିଛି।

Advertisment

ଏଥିରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ୧୧ ମାଡ୍ରାସ ଲାଇଟ ଇନଫାଣ୍ଟରୀ(୧୧ଏମଏଲଆଇ)ର ଯବାନମାନେ ଆଜି ନିଲମ ହେଡକ୍ୱାର୍ଟର୍ସରୁ ବାଲନୋଇ ଘୋରା ପୋଷ୍ଟକୁ ଫେରୁଥିଲେ। ନିଜର ଗନ୍ତବ୍ୟ ସ୍ଥଳରୁ ସେନା ଗାଡ଼ିଟି ମାତ୍ର କିଛି ଦୂରରେ ରହିଥିଲା। ଏତିକି ବେଳେ ଅଣ ଓସାରିଆ ରାସ୍ତାରେ ଏହା ଭାରସାମ୍ୟ ହରାଇଥିଲା। ଫଳରେ ଗାଡ଼ିଟି ସିଧା ସଡ଼କ ପଥରୁ ୩୫୦ ଫୁଟ ତଳେ ଥିବା ଖାଇକୁ ଖସି ପଡ଼ିଥିଲା।

Advertisment

ଖବର ପାଇ ୧୧ ଏମଏଲଆଇର କ୍ୱିକ ରିଆକ୍ସନ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା। ସେହିଠାରେ ହିଁ ଆହତ ଯବାନମାନଙ୍କୁ ପ୍ରଥମେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଏହାପରେ ସେମାନଙ୍କୁ ଉଦ୍ଧାର କରି ଅଧିକ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି।

ଗତ ମାସରେ ମଧ୍ୟ ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ଗୋଟିଏ ସେନା ଗାଡ଼ି ଭାରସାମ୍ୟ ହରାଇ ଖାଇରେ ଖସି ପଡ଼ିଥିଲା। ଏଥିରେ ଜଣେ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା।

Road Accident Indian Army Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe