Advertisment

ସେନା ଗାଡ଼ି ଉପରେ ଆତଙ୍କବାଦୀଙ୍କ ଭୟଙ୍କର ହମଲା

ଉପତ୍ୟକାର ଗୁଲମର୍ଗରେ ଆଜି ସ୍ଥଳ ସେନାର ଗୋଟିଏ ଗାଡ଼ି ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଛନ୍ତି। ସେମାନେ ଗ୍ରେନେଡ ଫିଙ୍ଗିବା ସହ ଗୁଳିମାଡ଼ କରିଛନ୍ତି।

ଅଦ୍ୟତନ ହୋଇଛି
Kashmir

Kashmir

Advertisment

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଉପତ୍ୟକାର ଗୁଲମର୍ଗରେ ଆଜି ସ୍ଥଳ ସେନାର ଗୋଟିଏ ଗାଡ଼ି ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଛନ୍ତି। ସେମାନେ ଗ୍ରେନେଡ ଫିଙ୍ଗିବା ସହ ଗୁଳିମାଡ଼ କରିଛନ୍ତି।

Advertisment

ଏଥିରେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୫ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଘଟଣା ସ୍ଥଳରୁ ଉଦ୍ଧାର କରି ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ସେହିପରି ଅଧିକ ସଂଖ୍ୟକ ଯବାନ ଘଟଣା ସ୍ଥଳକୁ ଯାଇଛନ୍ତି। ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳରେ ଲୁଚି ଥିବାରୁ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

Advertisment

ପ୍ରାଥମିକ ସୂଚନା ଅନୁସାରେ, ୧୮ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଆଜି ସନ୍ଧ୍ୟାରେ ବୋଟାପଥରରୁ ଯାଉଥିଲେ। ସେମାନେ ନାଗିନ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ହଠାତ୍‌ ସେମାନଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା।

ଆକ୍ରମଣ ହୋଇଥିବା ସ୍ଥାନଟି ଏଲଓସିର ଅତି ନିକଟରେ। ଘଟଣାରେ ୫ ଜଣଙ୍କ ଯବାନଙ୍କ ସହ ଜଣେ ପୋର୍ଟର ମଧ୍ୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପୋର୍ଟର ହେଉଛନ୍ତି ଯବାନଙ୍କ ଜିନିଷ ପତ୍ର ନେବା ଆଣିବା କରୁଥିବା ବ୍ୟକ୍ତି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଏହି କାମରେ ନିୟୋଜିତ କରାଯାଏ। 

ଆକ୍ରମଣ ପଛରେ ପାକିସ୍ତାନର ବର୍ଡର ଆକ୍ସନ ଟିମ(ବିଏଟି)ର ହାତ ରହିଛି। ଏମାନେ ପୂର୍ବରୁ ମଧ୍ୟ ଅନେକ ଥର ସୀମା ପାର ଆତଙ୍କବାଦୀ ହମଲା କରିବାର ନଜିର ରହିଛି। ଆଜି ଆକ୍ରମଣ କରିଥିବା ଆତଙ୍କବାଦୀମାନେ ବିଏଟିର ଅଂଶ ବିଶେଷ ବୋଲି କୁହାଯାଉଛି। 

Terror Attack Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe