Advertisment

ଆତଙ୍କୀ ହମଲା ପରେ ସେନା ଟ୍ରକ୍‌ରେ ଲାଗିଥିଲା ନିଆଁ, ୫ ଯବାନ ସହିଦ

ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଦ୍ୱାରା ପରିଚାଲିତ ପିପୁଲ୍ସ ଆଣ୍ଟି ଫାଶିଷ୍ଟ ଫ୍ରଣ୍ଟ(ପିଏଏଫଏଫ) ଏହି ହମଲା ପାଇଁ ନିଜକୁ ଦାୟୀ କରିଛି।

Army

Army

Advertisment

ଜମ୍ମୁ-କଶ୍ମୀରର ପୁଞ୍ଚରେ ସେନା ଟ୍ରକ୍‌ରେ ଆପେଆପେ ଜଳି ନଥିଲା। ଆତଙ୍କବାଦୀମାନେ ହିଁ ହମଲା କରିବା ପରେ ସେନା ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଏହି ହମଲାରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀମାନେ ବର୍ଷା ଓ ଲୋ ଭିଜିବିଲିଟିର ସୁଯୋଗ ନେଇ ହମଲା କରିଥିଲେ। ସମ୍ଭବତଃ ଗ୍ରେନେଡର ମଧ୍ୟ ବ୍ୟବହାର ହୋଇଥିବା ଯାଞ୍ଚ ପରେ ସେନା ପକ୍ଷରୁ କୁହାଯାଇଛି। 

Advertisment

ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଦ୍ୱାରା ପରିଚାଲିତ ପିପୁଲ୍ସ ଆଣ୍ଟି ଫାଶିଷ୍ଟ ଫ୍ରଣ୍ଟ(ପିଏଏଫଏଫ) ଏହି ହମଲା ପାଇଁ ନିଜକୁ ଦାୟୀ କରିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ନିରୋଧ ଅପରେସନରେ ସାମିଲ ହୋଇଥିବା ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନଙ୍କୁ ଟାର୍ଗେଟ କରି ହିଁ ଏପରି ହମଲା ହୋଇଛି।

ସେନା ପକ୍ଷରୁ କୁହାଯାଇଛି ଯେ ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଆର୍ମି ଯବାନଙ୍କ ଟ୍ରକ୍‌କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀମାନେ ଲଗାଣ ବର୍ଷା ଓ ଲୋ ଭିଜିବିଲିଟିର ସେନା ଟ୍ରକ୍‌ ଉପରେ ହମଲା କରିଥିଲେ। ଗ୍ରେନେଡ ମଧ୍ୟ ମାଡ଼ କରିଥିବା ଅନୁମାନ କରାଯାଉଛି। 

Advertisment

ହମଲା ଯୋଗୁ ଟ୍ରକରେ ନିଆଁ ଲାଗି ଯିବାରୁ ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଗୁରୁତର ଯବାନଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି। 

ମେ’ ମାସରେ ଶ୍ରୀନଗରରେ ଜି-୨୦ ଅଧୀନରେ ଟୁରିଜିମ ୱାର୍କିଂ ଗ୍ରୁପ୍‌ର ବୈଠକ ହେବ। ଏହାପୂର୍ବରୁ ଏପରି ଆତଙ୍କୀ ହମଲା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Indian Army Terror Attack Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe