Advertisment

ବଡ଼ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ: ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ଆତଙ୍କାବାଦୀ ପ୍ରାଣ ହରାଇଛନ୍ତି।  ଏହି ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରି ହିଂସା ସୃଷ୍ଟି କରିବା ଲକ୍ଷ୍ୟରେ ଥିଲେ।

author-image
Hemant Lenka
LeT

LeT

ପାକିସ୍ତାନ ପଟୁ ହେଉଥିବା ବଡ଼ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ଅନୁପ୍ରବେଶ ଉଦ୍ୟମ କରୁଥିବା ୫ ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ଏଲଓସି ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।

Advertisment

ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇବାରୁ ଗୁଳି ବିନିମୟ ହୋଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ଆତଙ୍କାବାଦୀ ପ୍ରାଣ ହରାଇଛନ୍ତି।  ଏହି ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରି ହିଂସା ସୃଷ୍ଟି କରିବା ଲକ୍ଷ୍ୟରେ ଥିଲେ। ସେମାନଙ୍କୁ ପାକିସ୍ତାନ ସେନା ମଧ୍ୟ ଅନୁପ୍ରବେଶରେ ସବୁ ପ୍ରକାରର ସହାୟତା କରିଥିଲା। କିନ୍ତୁ ସୀମାରେ ମୁତୟନ ସୁରକ୍ଷାକର୍ମୀମାନେ ପାକିସ୍ତାନର ସବୁ ଯୋଜନାରେ ପାଣି ପକାଇ ଦେଇଛନ୍ତି।

ଜମ୍ମୁ-କଶ୍ମୀର ପୁଲିସର ଆଡସିନାଲ ମହାନିର୍ଦ୍ଦେଶକ ବିଜୟ କୁମାର କହିଛନ୍ତି, ଜମ୍ମୁ-କଶ୍ମୀରର କୁପୱାଡା ଅନ୍ତର୍ଗତ ମାଚ୍ଛଲି ସ୍ଥିତ ଏଲଓସିରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବା ସୂଚନା ମିଳିଥିଲା। ଖବର ପାଇ ପୁଲିସ୍‌ ଓ ଆର୍ମି ପକ୍ଷରୁ ମିଳିତ ଭାବେ ଅପରେସନ ଆରମ୍ଭ ହୋଇଥିଲା।

Advertisment

ଏହି ସମୟରେ ୫ ଜଣ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ସୁରକ୍ଷାକର୍ମୀ ଅଟକାଇବାରୁ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ୫ ଜଣ ଯାକ ଆତଙ୍କବାଦୀ ନିହତ ହୋଇଛନ୍ତି। 

ନିହତ ଆତଙ୍କବାଦୀମାନେ ପାକିସ୍ତାନର ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ସଦସ୍ୟ ବୋଲି ସେ କହିଛନ୍ତି। କିନ୍ତୁ ଘଟଣା ସମ୍ପର୍କରେ କିମ୍ବା ଆତଙ୍କବାଦୀମାନଙ୍କ ସମ୍ପର୍କରେ ଆଉ କିଛି ବି ସୂଚନା ମିଳିନାହିଁ। 

Jammu Kashmir Terrorist