Advertisment

ଏନ୍‌କାଉଣ୍ଟର, ଟଳିଲେ ୫ ଆତଙ୍କବାଦୀ

ସେହିପରି ଆତଙ୍କୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Encounter

Encounter

Advertisment

ସେନାକୁ ମିଳିଲା ବଡ଼ ସଫଳତା। ଏନ୍‌କାଉଣ୍ଟରରେ ଟଳିଲେ ୫ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରେ ସେନା ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି।

Advertisment

ସେହିପରି ଆତଙ୍କୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନ୍‌କାଉଣ୍ଟର ପରେ ସୁରକ୍ଷାବାହିନୀର ପୁରା ଟିମ୍‌ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି। କୁଲଗାମ ଜିଲ୍ଲାର ବେହିବାଗ PSର କଦ୍ଦର ଗ୍ରାମରେ ଏହି ଏନକାଉଣ୍ଟର ଚାଲିଛି। ଏବେବି ଉଭୟ ପାର୍ଶ୍ୱରୁ ଜୋରଦାର ଗୁଳି ବିନିମୟ ଜାରି ରହିଛି।

ସୂଚନା ଦେଇ ସେନାର ଚିନାର୍‌ କର୍ପସ କହିଛି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ଗୁଇନ୍ଦା ତଥ୍ୟ ମିଳିଥିଲା। ଏହି ଆଧାରରେ ଭାରତୀୟ ସେନା କୁଲଗାମରେ ମିଳିତ ଅପରେସନ ଆରମ୍ଭ କରିଛି। ଏହି ସମୟରେ ସେନାକୁ ଦେଖି ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ସେନା ମଧ୍ୟ ଏହାର ପାଲଟା ଜବାବ ଦେଇଛି।

Advertisment

କହିରଖୁ ଯେ, ଗତ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାବାହିନୀ ମଧ୍ୟରୁ ଉପତ୍ୟକାରେ ଆଣ୍ଟି ଟେରର୍‌ ଅପରେସନ୍‌ ଜୋରଦାର କରାଯାଇଛି। ଦୁଇମାସ ପୂର୍ବେ, ଅକ୍ଟୋବର ୨୮ରେ, ଜାମ୍ମୁର ଅଖନୋର ଅଞ୍ଚଳରେ ସୁରକ୍ଷା ବାହିନୀ ୩ଆତଙ୍କବାଦୀଙ୍କୁ ସଫା କରିଥିଲେ। ତା’ପରେ ଆତଙ୍କବାଦୀମାନେ ସେନା କନଭେନ ଉପରେ ଆକ୍ରମଣ କରିଥିଲେ, ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଅପରେସନ୍ ଆରମ୍ଭ କରିଥିଲେ।

Jammu Kashmir Encounter Terrorist Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe