Train
ଟ୍ରେନ ସଫା କରୁଥିବା ବେଳେ ଡଷ୍ଟବିନରୁ ମିଳିଛି ଜଣେ ୫ ବର୍ଷୀୟ ଶିଶୁ ପୁତ୍ରର ମୃତଦେହ। ମୁମ୍ବାଇର ଗୋଟିଏ ରେଳ ଷ୍ଟେସନରେ ସଫାସଫି କାମ ଚାଲିଥିବା ବେଳେ କର୍ମଚାରୀମାନେ ଟ୍ରେନ ଟଏଲେଟ ଡଷ୍ଟବିନରୁ ମୃତଦେହକୁ ଠାବ କରିଛନ୍ତି। ଖୁସିନଗର ଏକ୍ସପ୍ରେସ(୨୨୫୩୭)ର ଗୋଟିଏ ଏସି ବଗିର ସଫେଇ କାମ କୁର୍ଲାର ଲୋକମାନ୍ୟ ତିଲକ ଟର୍ମିନସରେ ଚାଲିଥିଲା।
ଏହି ସମୟରେ ଡଷ୍ଟବିନ ଭିତରୁ କର୍ମଚାରୀମାନେ ମୃତଦେହକୁ ଠାବ କରିଥିଲେ। ମୃତଦେହକୁ ଦେଖି ସ୍ତବ୍ଧ ହୋଇଯାଇଥିବା କର୍ମଚାରୀମାନେ କିଛି ସମୟ ପରେ ଷ୍ଟେସନ ମ୍ୟାନେଜରଙ୍କୁ ଖବର ଦେଇଥିଲେ। ଏହାପରେ ରେଳବାଇ ଅଧିକାରୀ ଓ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଶିଶୁ ପୁତ୍ରର ନିଖୋଜ ସମ୍ପର୍କରେ ତାଙ୍କ ମା’ ଗୁଜରାଟର ସୁରତରେ ଅଭିଯୋଗ ଦାଖଲ କରିଥିଲେ। ୨୫ ବର୍ଷୀୟ ସମ୍ପର୍କୀୟ ବିକାଶ ଶାହ ତାଙ୍କ ପୁଅକୁ ଅପହରଣ କରି ନେଇଥିବା ମା’ ଜଣଙ୍କ ପୁଲିସ୍କୁ ଜଣାଇଥିଲେ। ପୁଲିସ ତଦନ୍ତ କରୁଥିବା ବେଳେ ପିଲାଟିର ମୃତଦେହ ଟ୍ରେନ ଟଏଲେଟର ଡଷ୍ଟବିନରୁ ମିଳିଛି।
ଖୁସିନଗର ଏକ୍ସପ୍ରେସ ଲୋକମାନ୍ୟ ତିଲକ ଟର୍ମିନସରୁ ଓ ଉତ୍ତର ପ୍ରଦେଶର ଗୋରଖପୁର ମଧ୍ୟରେ ଚଳପ୍ରଚଳ କରେ। ରେଳବାଇ ପୁଲିସ୍ ଏବେ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। କେମିତି ପିଲାଟି ପ୍ରାଣ ହରାଇଲା ଓ କେମିତି ମୃତଦେହ ଡଷ୍ଟବିନକୁ ଆସିଲା, ତା’ର ଖୋଳତାଡ଼ ଆରମ୍ଭ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Train_1755957649.jpg)