Advertisment

ମୋବାଇଲ ଦେଖୁ ଦେଖୁ ଆଖି ବୁଜିଦେଲା ୫ ବର୍ଷୀୟା ନାବାଳିକା, ହୃଦଘାତ ସନ୍ଦେହ

କାମିନି ହସଖୁସିରେ ନିଜ ମା’ଙ୍କ ପାଖରେ ଶୋଇ ମୋବାଇଲରେ କାର୍ଟୁନ ଦେଖୁଥିଲେ। ମାତ୍ର ହଠାତ୍‌ ତାଙ୍କ ହାତରୁ ମୋବାଇଲଟି ଗଳି ପଡ଼ିବା ସହ ସେ ଅଚେତ ହୋଇ ପଡ଼ିଲେ।

Girl watching mobile

Girl watching mobile

Advertisment

ମା’ ପାଖେ ଶୋଇଥିଲେ ୫ ବର୍ଷୀୟା ନାବାଳିକା। ହାତରେ ମୋବାଇଲ ଧରି କାର୍ଟୁନ ଦେଖୁଥିଲେ। ମାତ୍ର କାର୍ଟୁନ ଦେଖୁ ଦେଖୁ ହାତରୁ ଗଳି ପଡ଼ିଲା ମୋବାଇଲ ଓ ଚାଲିଗଲା ନାବାଳିକାଙ୍କ ଜୀବନ । ଏପରି ଏକ ହୃଦୟ ବିଦାୟରକ ଘଟଣା ଉତ୍ତରପ୍ରଦେଶର ହସନପୁର ଅଞ୍ଚଳରେ ଘଟିଛି। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତା ନାବାଳିକାଜଣକ ହେଉଛନ୍ତି କାମିନି।

Advertisment

କାମିନି ହସଖୁସିରେ ନିଜ ମା’ଙ୍କ ପାଖରେ ଶୋଇ ମୋବାଇଲରେ କାର୍ଟୁନ ଦେଖୁଥିଲେ। ମାତ୍ର ହଠାତ୍‌ ତାଙ୍କ ହାତରୁ ମୋବାଇଲଟି ଗଳି ପଡ଼ିବା ସହ ସେ ଅଚେତ ହୋଇ ପଡ଼ିଲେ। ଯେତେ ଡାକିଲେ ବି ସେ ଆଉ ଶୁଣି ନ ଥିଲେ।

ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରୁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସନ୍ଦେହ କରିଛନ୍ତି।

Advertisment

ତେବେ ପରିବାର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଦେଉ ନ ଥିବାରୁ ଏହା ହୃଦଘାତଜନିତ ମୃତ୍ୟୁ ନା ଆଉ କିଛି ତାହା ସ୍ପଷ୍ଟ ହୋଇ ପାରିନି।

Deadbody Mobile Game Mobile Minor Girl Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe