Advertisment

ମେଡିକାଲ ବେଡରେ ମା’ ଛଟପଟ, ୫ ବର୍ଷୀୟ ଝିଅକୁ ଟେକି ନେଲା ଅଭିଯୁକ୍ତ

ମେଡିକାଲ ବେଡରେ ମା’ ଆଡମିଟ୍‌ ହୋଇଥିବା ବେଳେ ପାଖରେ ଖେଳୁଥିଲା ୫ ବର୍ଷର ଶିଶୁ। ହେଲେ ଶିଶୁଟି ଉପରେ ଲୋଲୁପ ଦୃଷ୍ଟି ପକାଇଲେ ଜଣେ ରୋଗୀଙ୍କ ସମ୍ପର୍କୀୟ ।

undefined

Minor Girl

Advertisment

ମେଡିକାଲ ବେଡରେ ମା’ ଆଡମିଟ୍‌ ହୋଇଥିବା ବେଳେ ପାଖରେ ଖେଳୁଥିଲା ୫ ବର୍ଷର ଶିଶୁ। ହେଲେ ଶିଶୁଟି ଉପରେ ଲୋଲୁପ ଦୃଷ୍ଟି ପକାଇଲେ ଜଣେ ରୋଗୀଙ୍କ ସମ୍ପର୍କୀୟ । ଆଉ ପିଲାଟିକୁ ଟେକି ନେଇ ଅସଦାଚରଣ କରିଥିବା ଅଭିଯୋଗରେ ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ବାନ୍ଧିଛି।

Advertisment

ଏପରି ଏକ ଲଜ୍ଜାଜନକ ଘଟଣା ମୁମ୍ବାଇର ଏକ ହସ୍ପିଟାଲରେ ଘଟିଛି। ଅଭିଯୁକ୍ତଜଣକ ହେଉଛନ୍ତି ୨୬ ବର୍ଷୀୟ ଇରଫାନ ଖାନ ।

ପୀଡ଼ିତାଙ୍କ ମା’ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଝିଅ ତାଙ୍କ ନିକଟରେ ରହୁଥିଲା। ଅଭିଯୁକ୍ତଙ୍କ ସମ୍ପର୍କୀୟ ବି ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ସେ ଯିବାଆସିବା କରୁଥିଲେ। ଫଳରେ ସେମାନଙ୍କ ମଧ୍ୟରେ ପରିଚୟ ସୃଷ୍ଟି ହୋଇଥିଲା।

Advertisment

ଘଟଣା ଦିନ ପରିବାରର ଅନ୍ୟ ସଦସ୍ୟ ଆସି ପିଲାଟିକୁ ଧରି ବାହାରେ ବସିଥିଲେ। ଉକ୍ତ ସମୟରେ ୨୬ ବର୍ଷୀୟ ଅଭିଯୁକ୍ତ ଇରଫାନ ଖାନ ସେଠାରେ ପହଞ୍ଚିଥିଲେ। ବିଭିନ୍ନ ପ୍ରକା ଖାଦ୍ୟ ଦେବାର ପ୍ରଲୋଭନ ଦେଖାଇ ସେ ପିଲାଟିକୁ ନିଜ ସହ ନେଇ ଯାଇଥିଲେ।

କିଛି ସମୟ ପରେ ପିଲାଟି ଚିତ୍କାର କରିବାରୁ ପରିବାର ଲୋକେ ତାକୁ ଉଦ୍ଧାର କରିଥିଲେ। ଏନେଇ ପଚରାଉଚରା କରିବାରୁ ପିଲାଟି ସବୁ କଥା କହିଥିଲା। ଘଟଣା ସମ୍ପର୍କରେ ପରିବାର ଲୋକେ ତୁରନ୍ତ ଭୋଇୱାଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ୍‌ ମାମଲାର ଯାଞ୍ଚ ଆରମ୍ଭ କରି ଇରଫାନଙ୍କୁ ଗିରଫ କରିଛି। ଏଥିସହ ଘଟଣାର ଅଧିକ ଖୋଳତାଡ଼ ଜାରି ରଖିଛି।

Minor Raped Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe