Advertisment

ବୋରୱେଲରୁ ଉଦ୍ଧାର ନାବାଳିକା ମେଡିକାଲରେ ଆଖି ବୁଜିଲା

ଦୀର୍ଘ ୯ ଘଣ୍ଟା ବୋରୱେଲ ଭିତରେ ଛଟପଟ ହେବା ପରେ ଉଦ୍ଧାର ହୋଇଥିବା ନାବାଳିକା ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି।

Borewell

Borewell

Advertisment

ଦୀର୍ଘ ୯ ଘଣ୍ଟା ବୋରୱେଲ ଭିତରେ ଛଟପଟ ହେବା ପରେ ଉଦ୍ଧାର ହୋଇଥିବା ନାବାଳିକା ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି। ବୋରୱେଲ ଭିତରେ ଫସି ଗୁରୁତର ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିବା ୫ ବର୍ଷୀୟା ନାବାଳିକା ମାହି ଶେଷରେ ଆଖି ବୁଜିଛି।

Advertisment

ମାହିକୁ ଗତକାଲି ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଭୋପାଳସ୍ଥିତ ହମିଦିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ଭୋରରୁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା ପିପିଲିୟା ରସୋଡ଼ା ଗାଁରେ ଗତକାଲି ଘଟିଥିଲା ଏପରି ଏକ ଅଘଟଣ । ୫ ବର୍ଷୀୟା ନାବାଳିକା ମାହି ଗତକାଲି ସନ୍ଧ୍ୟାରେ ଖେଲୁଥିବା ବେଳେ ଅସାବଧାନତାବଶଃତ ଏକ ୩୦ ଫୁଟ ଗଭୀର ବୋରୱେଲ ଗର୍ତ୍ତ ଭିତରେ ଖସିପଡ଼ିଥିଲା ।

Advertisment

ଏସଂପର୍କରେ ଖବର ପାଇ ତତ୍କାଳ SDRF ଓ NDRF ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୯ ଘଣ୍ଟାରୁ ଅଧିକ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ରାତି ପ୍ରାୟ ଅଢେଇଟାରେ ମାହିକୁ ଉଦ୍ଧାର କରାଯାଇଥିଲା।

ମାତ୍ର ଅବସ୍ଥା ଗୁରୁତର ହେବାରୁ ତାକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ଭୋରରୁ ତା’ର ମୃତ୍ୟୁ ହୋଇଛି। 

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe