୩୦ ଫୁଟ ଗର୍ତ୍ତରେ ୯ ଘଣ୍ଟା ଫସିଲା ନାବାଳିକା, ତା’ ପରେ...

୫ ବର୍ଷୀୟା ନାବାଳିକା ମାହି ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଘର ନିକଟରେ ଖେଲୁଥିଲା। ଉକ୍ତ ସମୟରେ ଅସାବଧାନତାବଶଃତ ପିଲାଟି ଏକ ୩୦ ଫୁଟ ଗଭୀର ବୋରୱେଲ ଗର୍ତ୍ତ ଭିତରେ ଖସିପଡ଼ିଥିଲା ।

ପିଲାଟିକୁ ସୁରକ୍ଷିତ ଭାବେ ଗାତରୁ ଉଦ୍ଧାର କରାଯାଉଛି।

  • Published: Wednesday, 06 December 2023
  • , Updated: 06 December 2023, 10:39 AM IST

ପୁଣି ବିପଦ ସାଜିଲା ବୋରୱେଲ୍ ଗାତ । ଶୀତୁଆ ରାତିରେ ୩୦ ଫୁଟ୍ ଗଭୀର ଗର୍ତ୍ତ ଭିତରେ ଦୀର୍ଘ ୯ ଘଣ୍ଟା ଧରି ଫସିରହିଲା ୫ ବର୍ଷର ଶିଶୁକନ୍ୟା। ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା ପିପିଲିୟା ରସୋଡ଼ା ଗାଁରେ ଗତକାଲି ଘଟିଥିଲା ଏପରି ଏକ ଅଘଟଣ । ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ବିଳମ୍ବିତ ରାତି ଯାଏଁ ଚାଲିଥିଲା ରେସ୍କ୍ୟୁ ଅପରେସନ ।

ସୂଚନା ଅନୁସାରେ, ୫ ବର୍ଷୀୟା ନାବାଳିକା ମାହି ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଘର ନିକଟରେ ଖେଲୁଥିଲା। ଉକ୍ତ ସମୟରେ ଅସାବଧାନତାବଶଃତ ପିଲାଟି ଏକ ୩୦ ଫୁଟ ଗଭୀର ବୋରୱେଲ ଗର୍ତ୍ତ ଭିତରେ ଖସିପଡ଼ିଥିଲା ।

ଏ ସମ୍ପର୍କରେ ଖବର ପାଇ ତତ୍କାଳ SDRF ଓ NDRF ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନିକ ଟିମ୍‌ ମଧ୍ୟ ପହଞ୍ଚି ଘଟଣା ଉପରେ ନଜର ରଖିଥିଲେ।

ଦୀର୍ଘ ୯ ଘଣ୍ଟାରୁ ଅଧିକ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ରାତି ପ୍ରାୟ ଅଢେଇଟାରେ ମାହି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା । ଏହାପରେ ତତ୍‌କ୍ଷଣାତ ପିଲାଟିକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ପିଲାଟିର ଅବସ୍ଥା ଗୁରୁତର ଥିବା ଜଣାଯାଇଛି। 

Related story