ଅମିତ ଶାହଙ୍କ ବୈଠକ: ଅଶାନ୍ତ ମଣିପୁର ଗଲେ ଅତିରିକ୍ତ ୫୦ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ

ମଣିପୁରରେ ହିଂସା ବଢ଼ୁଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବାକୁ କହିଛି। ବୈଠକ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ମଣିପୁରରେ ମୁତୟନ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

CAPF

ମଣିପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Hemant Lenka
  • Published: Monday, 18 November 2024
  • Updated: 18 November 2024, 07:49 PM IST

Sports

Latest News

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇଥିବା ମଣିପୁରର ସ୍ଥିତି ଏବେ ଅତ୍ୟନ୍ତ ସାଂଘାତିକ ହୋଇପଡ଼ିଛି। ପୋଡ଼ାଜଳା ଯୋଗୁ ମଣିପୁର ସ୍ଥିତି ଦିନକୁ ଦିନ ବେକାବୁ ହେଉଛି। ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ଆଜି ପୁଣିଥରେ ସମୀକ୍ଷା ବୈଠକ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରିବା ସହ ବଡ଼ ନିଷ୍ପତ୍ତି ନେଇଛନ୍ତି।

ମଣିପୁରରେ ହିଂସା ବଢ଼ୁଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବାକୁ କହିଛି। ବୈଠକ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ମଣିପୁରରେ ମୁତୟନ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। କେନ୍ଦ୍ରୀୟ ଆର୍ମଡ ପୁଲିସ୍‌ ଫୋର୍ସ(ସିଏପିଏଫ) ଓ ରାଜ୍ୟ ପୁଲିସ୍‌କୁ ମଣିପୁରରେ ଶାନ୍ତିଶୃଙ୍ଖଳା ବଜାୟୀ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Also Read

ମନ୍ତ୍ରଣାଳୟ ପକ୍ଷରୁ ମଣିପୁର ପାଇଁ ଅତିରିକ୍ତ ୫୦ କମ୍ପାନୀ ସିଏପିଏଫ ଯବାନଙ୍କୁ ପଠାଯାଇଛି। ଏହାପୂର୍ବରୁ ୨୦ ପ୍ଲାଟୁନ ସିଏପିଏଫ ଯବାନ ମୁଣିପୁରରେ ମୁତୟନ ହୋଇଥିଲେ। ଏହାର ଅର୍ଥ ଏବେ ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟୀ ରଖିବା ପାଇଁ ୭୦ ପ୍ଲାଟୁନ ସିଏପିଏଫ ରହିବେ।

ଶନିବାର ଠାରୁ ମଣିପୁରରେ ହିଂସା ଭୟଙ୍କର ରୂପ ଧାରଣ କରିଛି। ଜିରିବାମ ଜିଲ୍ଲାରୁ ଉଗ୍ରବାଦୀମାନେ ଅପହରଣ କରି ନେଇଥିବା ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିବା ପରେ ସ୍ଥିତି ବେକାବୁ ହେବାରେ ଲାଗିଛି। ହିଂସା କ୍ଷତିଗ୍ରସ୍ତ ମଣିପୁରର ପଶ୍ଚିମ ଇମ୍ଫାଲ ଓ ପୂର୍ବ ଇମ୍ଫାଲରେ କର୍ଫ୍ୟୁ ଲାଗୁ ହୋଇଛି। ୭ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

ତଥାପି ରବିବାର ଭୟଙ୍କର ବିକ୍ଷୋଭ ଭୟଙ୍କର ରୂପ ଧାରଣ କରିଥିଲା। ବିକ୍ଷୋଭକାରୀମାନେ ବିଭିନ୍ନ ନେତା ଓ ରାଜନୀତିକ ଦଳର ଅଫିସ ଉପରେ ଆକ୍ରମଣ କରିବାରୁ ପୁଲିସ୍‌ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥିଯୋଗୁ ଜଣେ ୨୦ ବର୍ଷୀୟ ଯୁବକ ଜିରିବାମ ଜିଲ୍ଲାରେ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story