Advertisment

ବନ୍ଧୁକ ମୁନରେ ବାଇକ୍‌ ଅଟକାଇଲେ, ୫୦ ଲକ୍ଷ ଲୁଟିନେଲେ

୪ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନେଇ ପୁଲିସ୍‌ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ ।

Miscreants

Miscreants

Advertisment

ରାଜଧାନୀ ଦିଲ୍ଲୀରେ ଦିନ ଦ୍ୱିପ୍ରହରରେ ହୋଇଛି ଲୁଟ୍‌। ବନ୍ଧୁକ ମୁନରେ ୨ ଯୁବକଙ୍କଠାରୁ ୫୦ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏପରି ଏକ ଅଭାବନୀୟ ଘଟଣା ଦିଲ୍ଲୀର ଅକ୍ଷରଧାମ ମନ୍ଦିର ନିକଟ ଗହଳି ସ୍ଥାନରେ ଘଟିଛି। ୪ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନେଇ ପୁଲିସ୍‌ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ ।

Advertisment

ଗାଜିଆବାଦର ଏକ ଚାଟାର୍ଡ ଫାର୍ମର ଦୁଇ କର୍ମଚାରୀ ଲୁଟ୍‌ର ଶିକାର ହୋଇଥିବା ଜଣାଯାଇଛି। ସେମାନେ ହେଲେ ମୋହିତ ଶର୍ମା ଓ ଅରୁଣ ତ୍ୟାଗି। ଉଭୟ ପଶ୍ଚିମ ଦିଲ୍ଲୀରୁ ଜଣଙ୍କଠାରୁ ନଗଦ ୫୦ ଲକ୍ଷ ଆଣିଥିବା ବେଳେ ତାହାକୁ ବାଇକ୍‌ରେ ଧରି ଫେରୁଥିଲେ। ସେମାନେ ଅକ୍ଷରଧାମ ମନ୍ଦିର ରାସ୍ତା ଅତିକ୍ରମ କରୁଥିବା ବେଳେ ୪ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ଏହାଦେଖି ଉଭୟ ମୋହିତ ଓ ଅରୁଣ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ। ଫଳରେ ସେମାନେ ତଳେ ପଡ଼ିଯିବାରୁ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଫେରାର ହେବାକୁ ଉଦ୍ୟମ କରୁଥିଲେ। ଏହାଦେଖି ସ୍ଥାନୀୟ ଲୋକେ ଜଣଙ୍କୁ କାବୁ କରିଥିବା ବେଳେ ୩ ଜଣ ଫେରାର ହୋଇ ଯାଇଛନ୍ତି।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଜଣେ ଦୁର୍ବୃତ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ଏଥିସହ ସିସିଟିଭି ଖୋଳତାଡ଼ ଚାଲିଥିବା ବେଳେ ଖୁବ୍‌ ଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

Delhi Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe