Advertisment

ମାର୍କଣ୍ଡ ନଦୀରେ ଭାସିଗଲା କାଠ ପୋଲ; ଫସିଛନ୍ତି ୫୦ ତୀର୍ଥଯାତ୍ରୀ

ପ୍ରବଳ ବର୍ଷା ପରେ ଏକ ଅସ୍ଥାୟୀ କାଠ ପୋଲ ଭାସିଯିବାରୁ ଲୋକମାନେ ବାହାରକୁ ଆସି ପାରୁନାହାନ୍ତି।

author-image
Debibandita Barick
Bridge

Bridge

ଉତ୍ତରାଖାଣ୍ଡରେ ମଦମହେଶ୍ୱର ମନ୍ଦିର ନିକଟରେ ଅତି କମରେ ୫୦ ଜଣ ତୀର୍ଥଯାତ୍ରୀ ଏବଂ ସ୍ଥାନୀୟ ଲୋକ ଫସି ରହିଥିବା ଜଣାପଡ଼ିଛି। ପ୍ରବଳ ବର୍ଷା ପରେ ଏକ ଅସ୍ଥାୟୀ କାଠ ପୋଲ ଭାସିଯିବାରୁ ଲୋକମାନେ ବାହାରକୁ ଆସି ପାରୁନାହାନ୍ତି।

Advertisment

ଅଧିକାରୀଙ୍କ କହିବାନୁସାରେ, ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହେବାରୁ ତୀର୍ଥଯାତ୍ରା ସ୍ଥଗିତ ରଖାଯାଇଛି। ଲଗାଣ ବର୍ଷା ପରେ ମାର୍କଣ୍ଡ ନଦୀ ଉପରେ ନିର୍ମିତ ଏକ ଅସ୍ଥାୟୀ କାଠ ପୋଲ ଧୋଇ ହୋଇଯାଇଛି, ଯାହା ଫଳରେ ମନ୍ଦିରକୁ ଯିବା ଆସିବାରେ ବାଧା ସୃଷ୍ଟି ହୋଇଛି।  

ମଦମହେଶ୍ୱର ମନ୍ଦିର ଉତ୍ତରାଖଣ୍ଡର ପଞ୍ଚ କେଦାର ଗୋଷ୍ଠୀର ଏକ ଅଂଶ। ୧୧,୪୭୩ ଫୁଟ ଉଚ୍ଚରେ ଅବସ୍ଥିତ ଏହି ମନ୍ଦିର। କାଠ ପୋଲ ଭାସିଯିବା ଫଳରେ ତୀର୍ଥଯାତ୍ରୀମାନେ ସେଠାରେ ଫସି ରହିଛନ୍ତି।

Advertisment

ସେପଟେ ଭାରତ ପାଣିପାଗ ବିଭାଗ (ଆଇଏମଡି) ଡେରାଡୁନ ଏବଂ ବାଗେଶ୍ୱର ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛନ୍ତି। ଏହି ସବୁ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ସୂଚନା ପରେ ସ୍ଥାନୀୟ ପ୍ରଶାସନ ସହରର ସ୍କୁଲ୍, କଲେଜ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି। ଏଥିସହ ପାହାଡ଼ିଆ ଅଞ୍ଚଳକୁ ନ ଯିବାକୁ ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଇଛି। 

Landslide Uttarakhand Rain