Advertisment

ଖୋଲିବ ୫୦ଟି ନୂଆ ଏୟାରପୋର୍ଟ, 'ଦେଖୋ ଅପ୍‌ନା ଦେଶ' ଯୋଜନା ଆରମ୍ଭ

ପର୍ଯ୍ୟଟନର ବିକାଶ ପାଇଁ ନୂଆ ଆପ୍‌ ମଧ୍ୟ ଲଞ୍ଚ କରାଯାଇଛି। ପର୍ଯ୍ୟଟନ ପାଇଁ 'ଦେଖୋ ଅପ୍‌ନା ଦେଶ' ଯୋଜନା ଆରମ୍ଭ ହେବ।

author-image
Madhupriya Mistry
Airport

Airport

ଦେଶରେ ଆଉ ୫୦ଟି ନୂଆ ଏୟାରପୋର୍ଟ ଖୋଲିବ। ସେହିପରି ଅଧିକ ଏୟାରଷ୍ଟ୍ରିପ, ହେଲି ପୋଡ୍‌ ଓ ଓ୍ୱାଟର୍‌ ଏରୋ ଡ୍ରୋନ୍ସ ମଧ୍ୟ ତିଆରି ହେବ। ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ବିମାନ ଅବତରଣ ଗ୍ରାଉଣ୍ଡର ମଧ୍ୟ ଉନ୍ନତିକରଣ ହେବ।

Advertisment

ସେହିପରି ୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ। ଘରୋଇ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟନ ପାଇଁ ଏଗୁଡିକ ସମ୍ପୂର୍ଣ୍ଣ ପ୍ୟାକେଜ୍ ଭାବରେ ବିକଶିତ ହେବ। ପର୍ଯ୍ୟଟନର ବିକାଶ ପାଇଁ ନୂଆ ଆପ୍‌ ମଧ୍ୟ ଲଞ୍ଚ କରାଯାଇଛି। ପର୍ଯ୍ୟଟନ ପାଇଁ 'ଦେଖୋ ଅପ୍‌ନା ଦେଶ' ଯୋଜନା ଆରମ୍ଭ ହେବ।

ରାଜଧାନୀରେ ୟୁନିଟି ମଲ୍ ଖୋଲିବାକୁ ରାଜ୍ୟମାନଙ୍କୁ ଉତ୍ସାହିତ କରାଯିବ। ଏହା ଅଧୀନରେ ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ଏବଂ ହସ୍ତତନ୍ତ ସାମଗ୍ରୀକୁ ପ୍ରୋତ୍ସାହିତ କରାଯିବ ବୋଲି ଅର୍ଥମନ୍ତ୍ରୀ ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ ବେଳେ କହିଛନ୍ତି।

Advertisment

KYC ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ। ଫେଜ୍ ୩ ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟରେ ୭ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ଅର୍ଥ ମନ୍ତ୍ରୀ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୭୯ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାପିଟାଲ ଇନଭେଷ୍ଟମେଣ୍ଟ ୧୦ ଲକ୍ଷ କୋଟିକୁ ବୃଦ୍ଧି ହୋଇଥିବା ନେଇ ଘୋଷଣା ହୋଇଛି। ସେହିପରି ଭିତ୍ତିଭୂମି ପାଇଁ ରାଜ୍ୟମାନଙ୍କୁ ସୁଧମୁକ୍ତ ଋଣ ଆଉ ବର୍ଷକ ପାଇଁ ବୃଦ୍ଧି କରାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ।

ସହରାଞ୍ଚଳ ବିକାଶ ପାଇଁ ଅର୍ବାନ୍ ଇନ୍‌ଫ୍ରା ଫଣ୍ଡ ଯୋଜନାର ଘୋଷଣା କରାଯାଇଛି। ଅର୍ବାନ୍ ଇନ୍‌ଫ୍ରା ଫଣ୍ଡ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା କରାଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

Budget2023 Union Budget 2023