Advertisment

ଯୌନ ନିର୍ଯାତନାର ଅଭିଯୋଗ ଆଣିଲେ ୫୦୦ ଛାତ୍ରୀ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ପ୍ରଫେସରଙ୍କୁ ନିଲମ୍ବନ କରିବା ସହ ପୂରା ଘଟଣାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରିବାକୁ ଦାବି କରିଛନ୍ତି।

Girl

Girl

Advertisment

ହରିୟାଣା ଅନ୍ତର୍ଗତ ସିର୍ସାର ୫୦୦ ଜଣ କଲେଜ ଛାତ୍ରୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। ସେମାନେ ଚୌଧୁରୀ ଦେବୀ ଲାଲ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ କରିଛନ୍ତି।

Advertisment

ଏନେଇ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସ ଓ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ପ୍ରଫେସରଙ୍କୁ ନିଲମ୍ବନ କରିବା ସହ ପୂରା ଘଟଣାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରିବାକୁ ଦାବି କରିଛନ୍ତି।

ଏହି ଚିଠିର ଗୋଟିଏ କପିକୁ ଛାତ୍ରୀମାନେ କୁଳପତି ଡ. ଆଜମେର ସିଂହ ମଲିକ, ହରିୟାଣାର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ହରିୟାଣର ଗୃହମନ୍ତ୍ରୀ ଅନୀଲ ବିଜ ଓ ଜାତୀୟ ମହିଳା କମିଶନର ଅଧ୍ୟକ୍ଷ ରେଖା ଶର୍ମାଙ୍କ ସମେତ କିଛି ବରିଷ୍ଠ ସରକାରୀ ଅଧିକାରୀ ଏବଂ କିଛି ଗଣମାଧ୍ୟମ ସଂସ୍ଥାକୁ ପଠାଇଛନ୍ତି।

Advertisment

ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ପ୍ରଫେସର ଜଣଙ୍କ ଛାତ୍ରୀମାନଙ୍କୁ ତାଙ୍କ ଅଫିସକୁ ଡାକନ୍ତି। ସେମାନଙ୍କୁ ବାଥରୁମକୁ ନିଅନ୍ତି ଓ ସମ୍ବେଦଶୀଳ ଅଙ୍ଗକୁ ସ୍ପର୍ଶ କରନ୍ତି। ଏଥିସହ ଆପତ୍ତିଜନକ କାମ ସବୁ ମଧ୍ୟ କରନ୍ତି। ଯେତେବେଳେ ଏହାକୁ ଛାତ୍ରୀମାନେ ବିରୋଧ କରନ୍ତି ପ୍ରଫେସର ଜଣଙ୍କ ପରିଣାମ ଅତ୍ୟନ୍ତ ଭୟଙ୍କର ହେବ ବୋଲି ଧମକ ଦେଇ ସେମାନଙ୍କୁ ଚୁପ କରାଇ ଦିଅନ୍ତି।

ବେଶ କିଛି ମାସ ଧରି ପ୍ରଫେସରଙ୍କ ଏପରି କଳା କାରନାମା ଜାରି ରହିଥିଲା। ସେ ନିଜକୁ ଜଣେ ବଡ଼ ବ୍ୟକ୍ତି ଭାବେ ଚିତ୍ରଣ କରି ସମସ୍ତଙ୍କୁ ପ୍ରଭାବିତ କରି ଚାଲିଛନ୍ତି। ତାଙ୍କୁ କେହି ବି ପ୍ରଶ୍ନ କରୁ ନଥିଲେ। ଛାତ୍ରୀମାନେ ଏ ସମ୍ପର୍କରେ କୁଳପତିଙ୍କୁ ଜଣାଇଥିଲେ।

କିନ୍ତୁ ସେ ପିଲାମାନଙ୍କୁ ବହିଷ୍କାର କରିବାର ଧମକ ଦେଉଥିଲେ। କାରଣ ପ୍ରଫେସର ଜଣଙ୍କର ରାଜନୀତିକ ଦବଦବା ରହିଛି। କୁଳପତି ଛାତ୍ରୀମାନଙ୍କୁ ଅଧିକ ମାର୍କ ଦେବାର ପ୍ରଲଭୋନ ଦେଖାଇ ମାମଲାକୁ ରଫାଦଫା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ ବୋଲି ଛାତ୍ରୀମାନେ ଚିଠିରେ ଅଭିଯୋଗ କରିଛନ୍ତି।

ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଡ. ରାଜେଶ କୁମାର ବଂସଲ କହିଛନ୍ତି, “ହଁ ଆମ ପାଖକୁ ଗୋଟିଏ ଚିଠି ଆସିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ବିଶ୍ୱବିଦ୍ୟାଳୟର ମଧ୍ୟ ଗୋଟିଏ କମିଟି ରହିଛନ୍ତି।

ଉକ୍ତ କମିଟି ମଧ୍ୟ ତଦନ୍ତ ଆରମ୍ଭ କରିଛି। ଆସିଥିବା ଅଭିଯୋଗ ଅତ୍ୟନ୍ତ ସାଂଘାତିକ। କିନ୍ତୁ ଚିଠିରେ କାହାର ନାଁ ନାହିଁ। ତଥାପି ଆମେ ତଦନ୍ତ କରୁଛୁ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋଷୀଙ୍କୁ ଆଦୌ ଛଡ଼ା ଯିବନାହିଁ। ସେହିପରି ନିର୍ଦ୍ଦୋଷମାନଙ୍କ ଚରିତ୍ରକୁ ମଧ୍ୟ ଅଯଥା ସଂହାର କରାଯାଇ ପାରିବ ନାହିଁ।”

ବିଶ୍ୱବିଦ୍ୟାଳୟର ସିସିଟିଭି ଫୁଟେଜକୁ ପୁଲିସ୍‌କୁ ଦିଆଯାଇଛି। କିନ୍ତୁ ଅଭିଯୁକ୍ତ ପ୍ରଫେସର ଜଣଙ୍କ ନିଜର ଆପତ୍ତିଜନକ କାମର ଦୃଶ୍ୟକୁ ପୂର୍ବରୁ ହିଁ ଡିଲିଟି କରି ଦେଇଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

PM Modi Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe