Advertisment

ଭାରତର ୨୪ ସହରକୁ ୫୦୦ ଡ୍ରୋନ ମାଡ଼ କରିଥିଲା ପାକିସ୍ତାନ

ହଠାତ ରାତି ୮ରୁ ୧୧.୩୦ ମଧ୍ୟରେ ପାକିସ୍ତାନ ଘନଘନ ଡ୍ରୋନ ମାଡ଼ କରିଥିବା ବେଳେ ସେସବୁକୁ ସ୍ଥଳ ସେନା ଓ ବାୟୁ ସେନା ମିଳିତ ଭାବେ ଏଲ ୭୦, ଜେୟୁ ୨୩, ସଚିଲକା ଓ ଆକାଶ ମିସାଇଲ ଦ୍ୱାରା ଆକାଶ ପଥରେ ହିଁ ନଷ୍ଟ କରି ଦେଇଥିଲା।

author-image
Hemant Lenka
Pak

Pak

ଅପରେସନ ସିନ୍ଦୂର ପରେ ଅଣ୍ଟା ଭାଙ୍ଗି ପଡ଼ିଥିବା ପାକିସ୍ତାନ ମେ’ ୮ ତାରିଖ ରାତି ୮ଟାରୁ ୧୧.୩୦ ମଧ୍ୟରେ ଭାରତ ଉପରେ ସବୁ ଠାରୁ ବଡ଼ ହମଲା କରିଥିଲା। ଅଢ଼େଇ ଘଣ୍ଟା ମଧ୍ୟରେ ଭାରତକୁ ଟାର୍ଗେଟ କରି ପାକିସ୍ତାନ ୫୦୦ରୁ ଅଧିକ ଡ୍ରୋନ ମାଡ଼ କରିଥିବା ଜଣାପଡ଼ିଛି। ପାକିସ୍ତାନ ଟାର୍ଗେଟରେ ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟର ୨୪ଟି ସହର ରହିଥିଲା। ଏହି ୨୪ ସହରକୁ ପାକିସ୍ତାନ ୫୦୦ଟି ଛୋଟ ଧରଣର ଡ୍ରୋନ ମାଡ଼ କରିଥିବା ଭାରତୀୟ ସେନା ସୂତ୍ରରୁ ଜଣାପଡ଼ିଛି। ପାକିସ୍ତାନ ଏତେ ବଡ଼ ଆକ୍ରମଣ ଉଦ୍ୟମ କରିଥିଲେ ହେଁ ଭାରତୀୟ ସେନା ତା’ର ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ସବୁ କିଛି ପଣ୍ଡ କରିଦେଇଛି।

Advertisment

ହଠାତ ରାତି ୮ରୁ ୧୧.୩୦ ମଧ୍ୟରେ ପାକିସ୍ତାନ ଘନଘନ ଡ୍ରୋନ ମାଡ଼ କରିଥିବା ବେଳେ ସେସବୁକୁ ସ୍ଥଳ ସେନା ଓ ବାୟୁ ସେନା ମିଳିତ ଭାବେ ଏଲ ୭୦, ଜେୟୁ ୨୩, ସଚିଲକା ଓ ଆକାଶ ମିସାଇଲ ଦ୍ୱାରା ଆକାଶ ପଥରେ ହିଁ ନଷ୍ଟ କରି ଦେଇଥିଲା।

ଭାରତୀୟ ସେନା ପହଲଗାମ ନରସଂହାରର ବଦଲା ନେବାକୁ ମେ’ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କୀ ଆଡ୍ଡାରେ ମିସାଇଲ ମାଡ଼ କରିଥିଲା। ଏହି ଅପରେସନ ବେଳେ ପାକିସ୍ତାନୀ ସେନା ପ୍ରତିଷ୍ଠାନକୁ କୌଣସି ପ୍ରକାରର କ୍ଷତି ପହଞ୍ଚା ଯାଇ ନଥିଲା। କିନ୍ତୁ ପାକିସ୍ତାନ ଆତଙ୍କୀ ଆଡ୍ଡାରେ ଭାରତ କରିଥିବା ଏୟାର ଷ୍ଟ୍ରାଇକର ବଦଲା ନେବାକୁ ମେ’ ୮ ତାରିଖ ସନ୍ଧ୍ୟାରେ ଜମ୍ମୁ-କଶ୍ମୀର ଠାରୁ ଆରମ୍ଭ କରି ପଠାନକୋଟରେ ଥିବା ସେନା ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା। ଭାରତର ଏୟାର ଡିଫେନ୍ସ ପାକିସ୍ତାନର ସବୁ ଉଦ୍ୟମକୁ ପଣ୍ଡ କରିଥିବା ବେଳେ କାଉଣ୍ଟର ଷ୍ଟ୍ରାଇକ କରି ଇସଲାମାବାଦ, ଲାହୋର ଓ କରାଚିକୁ ଦୋହଲାଇ ଦେଇଥିଲା।

Advertisment

ଭାରତୀୟ ସେନା ସୂତ୍ରରେ କୁହାଯାଇଛି ଯେ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନ ଡ୍ରୋନକୁ ଇଣ୍ଟସ୍ପେଟ କରିବା ସହ ଏହାକୁ ନଷ୍ଟ କରିଦେଇଥିଲା। ଫଳ ସ୍ୱରୂପ ପାକିସ୍ତାନ ଡ୍ରୋନ ଗୁଡ଼ିକ, ତା’ର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ନଥିଲେ। ପାକିସ୍ତାନ ହମଲାରେ କୌଣସି ସେନା ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇନି କିମ୍ବା କେହି ମୃତାହତ ହୋଇ ନାହାନ୍ତି। ସ୍ୱାରମ ଡ୍ରୋନ ଆଟାକ ସହ ପାକିସ୍ତାନ ପକ୍ଷରୁ ମିସାଇଲ ମାଡ଼ ମଧ୍ୟ କରାଯାଇଥିଲା। ସେଗୁଡ଼ିକୁ ଭାରତର ଏୟାର ଡିଫେନ୍ସ ୟୁନିଟ ପଣ୍ଡ କରିବାକୁ ସକ୍ଷମ ହୋଇଛି। ଏହାର ଧ୍ୱଂସାବଶେଷ ଆଜି ଜୈସଲମାର ଠାରୁ ଆରମ୍ଭ କରି ଜମ୍ମୁର ବିଭିନ୍ନ କ୍ଷତିରୁ ମିଳିଛି।

ସତୱାରୀ, ସାମ୍ବା, ଆରଏସ୍‌ ପୁରା ଓ ଆର୍ଣ୍ଣିଆ ଭଳି ଜମ୍ମୁର ସହର ଗୁଡ଼ିକୁ ଟାର୍ଗେଟ କରି ପାକିସ୍ତାନ ୮ଟି ମିସାଇଲ ମାଡ଼ କରିଥିଲା। କିନ୍ତୁ ସମସ୍ତ ୮ ମିସାଇଲକୁ ଏୟାର ଡିଫେନ୍ସ ଚିହ୍ନଟ କରିବା ସହ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଦେଇ ନଥିଲା। ପାକିସ୍ତାନ କରିଥିବା ହମଲା ପୂରା ପାଲେଷ୍ଟାଇନର ବିଦ୍ରୋହୀ ଗୋଷ୍ଠୀ ହମାସ ଭଳି ରହିଥିଲା। ୨୦୨୩ ଅକ୍ଟୋବର ୭ରେ ହମାସ ଯେମିତି କ୍ରମାଗତ ମିସାଇଲ ମାଡ଼ ଇସ୍ରାଏଲ ଉପରେ ମାଡ଼ କରିଥିଲା, ଠିକ ସେହିପରି ପାକିସ୍ତାନ ଗୁରୁବାର ସନ୍ଧ୍ୟାରେ ଭାରତକୁ ଟାର୍ଗେଟ କରି ମିସାଇଲ ମାଡ଼ କରିଥିଲା ବୋଲି ଜଣେ ସେନା ଅଧିକାରୀ କହିଛନ୍ତି।

ପାକିସ୍ତାନ ଜମ୍ମୁ ଏୟାର ଷ୍ଟ୍ରିପକୁ ଟାର୍ଗେଟ କରିଥିବାରୁ ଭାରତୀୟ ସେନା ଯୁଦ୍ଧ ସାଇରନ ବଜାଇ ସମସ୍ତଙ୍କୁ ସତର୍କ କରାଥିଲା। ସେହିପରି ପୂରା ଜମ୍ମୁରେ ବ୍ଲାକଆଉଟ କରାଯାଇଥିଲା। ଜମ୍ମୁରେ ବ୍ଲାକଆଉଟ ହୋଇଥିବାରୁ ମୋବାଇଲ ସେବା ମଧ୍ୟ କାମ କରୁ ନଥିଲା। ଜମ୍ମୁ ବ୍ୟତୀତ ଉଦ୍ଧମପୁର, ଅଖନୁର, ପଠାନକୋଟ, ସାମ୍ବା, ଆରଏସ୍‌ ପୁରାରେ ପାକିସ୍ତାନ ଡ୍ରୋନ ଦ୍ୱାରା ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା।

ଜମ୍ମୁ ସମେତ ରାଜସ୍ଥାନ ସୀମାରେ ମଧ୍ୟ ପାକିସ୍ତାନ ପଟୁ ବିପଦ ସୃଷ୍ଟି ହୋଇଥିଲା। ଜୈସଲମେରରେ ପାକିସ୍ତାନ ଡ୍ରୋନ ହମଲା କରିବାକୁ ଚେଷ୍ଟା କରିଥିଲା। ଏଥିପାଇଁ ଜୈସଲମେରକୁ ବ୍ଲାକଆଉଟ କରାଯାଇଥିଲା। ପଞ୍ଜାବର ପଠାନକୋଟ ଅଞ୍ଚଳରେ ମଧ୍ୟ ବ୍ଲାକଆଉଟ ହୋଇଥିଲା।

ପାକିସ୍ତାନର ଡ୍ରୋନ, ମିସାଇଲ ଓ ଯୁଦ୍ଧ ବିମାନକୁ ମାତ ଦେବା ପାଇଁ ଭାରତ ପକ୍ଷରୁ ୪ଟି ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଆକ୍ଟିଭ କରାଯାଇଥିଲା। ଜମ୍ମୁ-କଶ୍ମୀର ଠାରୁ ପଞ୍ଜାବ ଓ ରାଜସ୍ଥାନ ଯାଏ ଏହି ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ରହିଥିଲା।

Terror Attack Jammu Kashmir Indo-Pakistani War Pahalgam Operation Sindoor