Advertisment

ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଦେଲେ ବିଜେପିର ପୂର୍ବତନ ବିଧାୟକ

୫୧ ବର୍ଷୀୟ ରାଜେଶ ପରୀକ୍ଷା ହଲକୁ ଆସିବା ପରେ ସାଥୀ ପରୀକ୍ଷାର୍ଥୀଙ୍କୁ ଚକିତ କରିଥିଲା।

author-image
Tapas Behera
 Ex BJP MLA

Ex BJP MLA

ପରୀକ୍ଷା ଦେଲେ ବିଜେପିର ପୂର୍ବତନ ବିଧାୟକ। ଉତ୍ତରପ୍ରଦେଶର ରାୟବରେଲିର ଏକ ପରୀକ୍ଷା କେନ୍ଦ୍ରରେ ପୂର୍ବତନ ବିଜେପି ବିଧାୟକ ରାଜେଶ ମିଶ୍ରା ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଦେଇଛନ୍ତି। ଯାହାକୁ ନେଇ ପରୀକ୍ଷା ହଲରେ କୌତୁହଳ ସୃଷ୍ଟି ହୋଇଛି। ୫୧ ବର୍ଷୀୟ ରାଜେଶ ପରୀକ୍ଷା ହଲକୁ ଆସିବା ପରେ ସାଥୀ ପରୀକ୍ଷାର୍ଥୀଙ୍କୁ ଚକିତ କରିଥିଲା। ଫେବୃଆରୀ ୧୬ରେ ସେ ପରୀକ୍ଷା ପାଇଁ କେନ୍ଦ୍ରକୁ ଆସିଥିଲେ। ରାଜେଶ କହିଛନ୍ତି ଯେ, ପରୀକ୍ଷା ପାଇଁ ଆସିଥିବା ଛାତ୍ରମାନେ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ସେମାନଙ୍କ ଅଞ୍ଚଳର ଜଣେ ରାଜନେତା ସେମାନଙ୍କ ସହ ପରୀକ୍ଷାରେ ଉପସ୍ଥିତ ଥିବା ଖୁସି ବି ଅନୁଭବ କରିଥିଲେ।

Advertisment

୨୦୧୭ରେ ବିଧାନସଭା ନିର୍ବାଚନରେ ​​ଶ୍ରୀ ମିଶ୍ରା ବିଜେପିରୁ ଟିକେଟ ପାଇଥିଲେ ଏବଂ ବରେଲିର ବିଥ୍ର ଚୈନପୁର ନିର୍ବାଚନମଣ୍ଡଳୀରୁ ଜିତିଥିଲେ। ତେବେ ଗତ ବର୍ଷ ବିଧାନସଭା ନିର୍ବାଚନରେ ପାଇଁ ତାଙ୍କୁ ଦଳରୁ ଟିକେଟ ମିଳି ନଥିଲା। ଜଣେ ରାଜନେତା ଭାବରେ ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସହିତ ଶିକ୍ଷାକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଛନ୍ତି ଯେ, ସେ ସାରି ପାରି ନଥିବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ, ଜଣେ ବିଧାୟକ ଭାବରେ ମୁଁ ହୃଦୟଙ୍ଗମ କଲି ଯେ ବହୁ ସଂଖ୍ୟକ ଲୋକ, ବିଶେଷକରି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ, ସେମାନେ ନ୍ୟାୟ ପାଆନ୍ତି ନାହିଁ।

କାରଣ ସେମାନେ ଜଣେ ଭଲ ଓକିଲ ଦେଇପାରନ୍ତି ନାହିଁ। ମୁଁ ଏହିପରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଇନ ଅଧ୍ୟୟନ କରିବାକୁ ଚାହୁଁଛି। ଏହା କରିବା ଆବଶ୍ୟକ ଥିଲା। ଦ୍ୱାଦଶ ପରୀକ୍ଷା ପରେ ସେ ଆଇନ ପଢ଼ିବେ ବୋଲି କହିଛନ୍ତି। ଜଣେ ଭଲ ଆଇନଜୀବୀ ହେବାକୁ ତାଙ୍କର ଲକ୍ଷ୍ୟ। ଶ୍ରୀ ମିଶ୍ରାଙ୍କର ବିଜ୍ଞାନ ପ୍ରତି ରୁଚି ଥିଲେ ମଧ୍ୟ କଳା ଷ୍ଟ୍ରିମ୍ ଚୟନ କରିଥିଲେ।

Advertisment

ସେ କହିଛନ୍ତି, "ମୁଁ ବୋର୍ଡ ପରୀକ୍ଷା ପାଇଁ ହିନ୍ଦୀ, ସାମାଜିକ ଅଧ୍ୟୟନ, ସମାଜବିଜ୍ଞାନକୁ ମୋର ବିଷୟ ଭାବରେ ବାଛିଛି। ଏହି ବିଷୟଗୁଡ଼ିକ ମୋତେ ଆଇନ ଅଧ୍ୟୟନରେ ମଧ୍ୟ ସାହାଯ୍ୟ କରିବ। ସେ କହିଛନ୍ତି ଯେ, ମୁଁ ରାତି ୧୧ଟାରୁ ଗୋଟାଏ ପର୍ଯ୍ୟନ୍ତ ଅଧ୍ୟୟନ କରେ। ଦିନରେ ଅଳ୍ପ ସମୟର ଅଧ୍ୟୟନ ଉପରେ ଧ୍ୟାନ ଦେବା ପାଇଁ କିଛି ସମୟ ପାଇଥାଏ ବୋଲି ଶ୍ରୀ ମିଶ୍ରା କହିଛନ୍ତି। ସେ ୩ଜଣ ସନ୍ତାନଙ୍କ ପିତା। ଆଉ ସମସ୍ତେ ସ୍ନାତକ ଅଧ୍ୟୟନ ଶେଷ କରିସାରିଛନ୍ତି। ମୋ ପିଲାମାନେ ମୋତେ ଅଧ୍ୟୟନରେ ସାହାଯ୍ୟ କରନ୍ତି। ପରୀକ୍ଷାରେ ଭଲ କରିବା ମୋତେ କୌଶଳ କୁହନ୍ତି ବୋଲି ଶ୍ରୀ ମିଶ୍ରା କହିଥିଲେ। ଏହି ପରୀକ୍ଷାରେ ସେ ଭଲ କରିବେ ବୋଲି ତାଙ୍କର ଆଶା ଥିବା କହିଛନ୍ତି।

India