Advertisment

ତାତିରେ କଲବଲ ଉତ୍ତର-ପୂର୍ବ ଭାରତ; ଗଲାଣି ୫୪ ଜଣଙ୍କ ଜୀବନ

କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ଭାରତରେ ଦିଲ୍ଲୀ ସମେତ ଅନେକ ସ୍ଥାନରେ କଲବଲ କରୁଛି ତାତି।

ଅଦ୍ୟତନ ହୋଇଛି
File Photo

File Photo

Advertisment

କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ଭାରତରେ ଦିଲ୍ଲୀ ସମେତ ଅନେକ ସ୍ଥାନରେ କଲବଲ କରୁଛି ତାତି। ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସହ୍ୟ ହୋଇପଡିଛି। ଉତ୍ତାପ କାରଣରୁ ଦେଶବ୍ୟାପୀ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ରେକର୍ଡ ହୋଇଛି। 

Advertisment

ରିପୋର୍ଟ ଅନୁସାରେ, ହିଟ୍ ୱେଭ୍ କାରଣରୁ ବିହାରରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି, ସେଥିମଧ୍ୟରୁ ୧୭ ଜଣ ଔରଙ୍ଗାବାଦର, ୬ ଜଣ ଆରହ, ଗୟା ଓ ରୋହତସରେ ୩ ଜଣ ଲେଖାଏଁ, ବକ୍ସରରେ ୨ ଏବଂ ପାଟନାରୁ ଜଣେ ଅଛନ୍ତି। 

ସେହିପରି ଓଡ଼ିଶାର ରାଉରକେଲାରେ ହିଟ୍ ୱେଭ୍ କାରଣରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଝାଡ଼ଖଣ୍ଡର ପାଲାମୁ ଏବଂ ରାଜସ୍ଥାନରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶର ସୁଲତାନପୁରରେ ଜଣଙ୍କର ଜୀବନ ଯାଇଛି।

Advertisment

ଏହାପୂର୍ବରୁ ବିହାରର ଦରଭଙ୍ଗାର ଜଣେ ୪୦ ବର୍ଷ ବୟସ ବ୍ୟକ୍ତିଙ୍କର ଦିଲ୍ଲୀରେ ମୃତ୍ୟୁ ଘଟିଥିଲା। ତାଙ୍କ ଶରୀରର ତାପମାତ୍ରା ୧୦୮ ଡିଗ୍ରୀ ଫାରେନହାଇଟ୍ ଛୁଇଁଯିବାରୁ ଅଙ୍ଗ ପ୍ରତ୍ୟଙ୍ଗ କାମ କରିନଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। 

ଭାରତ ପାଣିପାଗ ବିଭାଗ (IMD) ରିପୋର୍ଟ ଅନୁସାରେ, ଗୁରୁବାର ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡିଶା, ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ସର୍ବାଧିକ ତାପମାତ୍ରା ୪୫-୪୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା। ସେହିପର ପଶ୍ଚିମ ମଧ୍ୟପ୍ରଦେଶ, ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ, ୟାନମ, ଗୁଜରାଟ, ତେଲାଙ୍ଗାନା ଆଦି ଅଞ୍ଚଳରେ ତାପମାତ୍ରା ସାମାନ୍ୟ କମ୍ ରହିଥିଲା। ଏସବୁ ଅଞ୍ଚଳରେ ସ୍ୱାଭାବିକଠାରୁ ୩-୬ଡିଗ୍ରୀ କମ୍ ତାପମାତ୍ରା ସହ ୪୨-୪୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା।

ସେପଟେ ମେ ୩୧ରୁ ଜୁନ୍ ୧ ମଧ୍ୟରେ ଉତ୍ତରପ୍ରଦେଶ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଧୂଳିଝଡ଼ ହେବାର ସମ୍ଭାବନା ରହିଛି। ସେହିପରି ଉତ୍ତର-ପଶ୍ଚିମ ଭାରତରେ ମେ ୩୧ରୁ ଜୁନ୍ ୨ ମଧ୍ୟରେ ହାଲୁକାରୁ ଅତି ହାଲୁବା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

IMD Heatwave Heatwave In India Heatwave Death Toll Duststorm
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe