Advertisment

GST କାଉନସିଲ୍‌ ବୈଠକ, ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌ ଟିକସ ଛାଡ ହୋଇପାରେ। ସେହିପରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଉପରେ ପ୍ରିମିୟମ୍‌କୁ ଜିଏସ୍‌ଟି ମୁକ୍ତ କରାଯାଇପାରେ।

GST Council Meeting

GST Council Meeting

Advertisment

ଆଜି ବସୁଛି ୫୫ ତମ ଜିଏସ୍‌ଟି କାଉନ୍‌ସିଲ୍ ବୈଠକ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେର୍‌ରେ ଏହି ବୈଠକ ବସିବ। ଏହି GST ପରିଷଦ ବୈଠକରେ ରାଜ୍ୟର ସମସ୍ତ ଅର୍ଥମନ୍ତ୍ରୀ ଓ ସଚିବଙ୍କ ସହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଭାଗ ନେବେ।

Advertisment

ବୈଠକରେ ସ୍ୱିଗି ଓ ଜମାଟୋ ଭଳି ଫୁଡ୍ ଡେଲିଭରୀ ପ୍ଲାଟ୍‌ଫର୍ମ ଗୁଡ଼ିକ ପାଇଁ ଜିଏସ୍‌ଟି ହାର କମାଯାଇପାରେ। ଏହା ହେଲେ ଅନ୍‌ଲାଇନ୍ ଖାଦ୍ୟ ଅର୍ଡର ଶସ୍ତା ହୋଇପାରେ। ଏହି ଆପ୍‌ଗୁଡ଼ିକ ଉପରେ ଜିଏସ୍‌ଟି କମାଇପାରନ୍ତି ସରକାର। ବତ୍ତର୍ମାନ ଆଇଟିସି(ଇନ୍‌ପୁଟ୍‌ ଟାକ୍ସ କ୍ରେଡିଟ୍‌) ସହିତ ଏହି ଆପ୍‌ଗୁଡ଼ିକ ଉପରେ ୧୮% ଜିଏସ୍‌ଟି ଲାଗୁଛି। ଏହାକୁ ୫%କୁ ଖସାଇବାର ପ୍ରସ୍ତାବ ରହିଛି।

ସେହିପରି ପାଣି ବୋତଲ ଓ ସାଇକଲେ ଉପରେ ମଧ୍ୟ ଟ୍ୟାକ୍ସ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ଇଲେକ୍ଟ୍ରୋନିକ୍ ଯାନ ଉପରେ ଜିଏସ୍‌ଟି ହାର ବଢ଼ିପାରେ। ବୈଠକରେ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍ ଉପରେ ଟିକସ ହ୍ରାସ ନେଇ ଆଲୋଚନା ହୋଇପାରେ। ଲଗ୍‌ଜୁରୀ ହାତଘଣ୍ଟା, ଫୁଟ୍‌ୱେର, ପୋଷାକ ଉପରେ ଟିକସ ବୃଦ୍ଧି ନେଇ ମଧ୍ୟ ଆଲୋଚନା କରାଯିବା ସମ୍ଭାବନା ରହିଛି।

Advertisment

ସେହିପରି ତମାଖୁ ଜାତୀୟ ଦ୍ରବ୍ୟ ଉପରେ ୩୫ ପ୍ରତିଶତର ଏକ ପୃଥକ ଜିଏସ୍‌ଟି ସ୍ଲାବ ଉପସ୍ଥାପନ ହୋଇପାରେ। ପ୍ରାୟ ୧୪୮ଟି ସାମଗ୍ରୀ ଗୁଡ଼ିକର GST ହାରରେ ପରିବର୍ତ୍ତନ କରାଯାଇପାରେ । ଆଭିଏସନ୍ ଟରବାଇନ୍ ଫୁଏଲକୁ ବି ଜିଏସ୍‌ଟି ପରିସରକୁ ଅଣାଯାଇପାରେ।

ଏଥିସହିତ ଇଲେକ୍ଟ୍ରୋନିକ୍ ଯାନ ସମେତ କ୍ଷୁଦ୍ର ପେଟ୍ରୋଲ ଓ ଡିଜେଲ ଗାଡିର ବିକ୍ରି ଉପରେ ଜିଏସ୍‌ଟି ହାର ୧୨ରୁ ୧୮ %କୁ ବଢ଼ିପାରେ। ଏହା ହେଲେ ବ୍ୟବହୃତ ତଥା ପୁରୁଣା କ୍ଷୁଦ୍ର କାର ଏବଂ ଇଭିର ଦର ପୁରୁଣା ବଡ଼ ଗାଡ଼ି ସହ ସମାନ ହୋଇଯିବ।

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌କୁ ଟିକସ ଛାଡ ପାଇଁ ପ୍ରସ୍ତାବ ରଖାଯାଇଛି। ସେହିପରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଉପରେ ପ୍ରିମିୟମ୍‌କୁ ଜିଏସ୍‌ଟି ମୁକ୍ତ କରାଯାଇପାରେ।

ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ପରିଷଦ ପକ୍ଷରୁ ଗଠିତ ଏକ ମନ୍ତ୍ରୀଗୋଷ୍ଠୀ ନଭେମ୍ବରରେ ନିଜ ବୈଠକରେ ଟର୍ମ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପଲିସିଗୁଡ଼ିକ ପାଇଁ ପୈଠ କରାଯାଉଥିବା ପ୍ରିମିୟମକୁ ଜିଏସ୍‌ଟିରୁ ବାହାରେ ରଖିବା ପାଇଁ ସହମତି ବ୍ୟକ୍ତ କରିଥିଲେ।

Nirmala Sitharaman GST Council Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe