Advertisment

ଦେଶରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫୮୭୪ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ ଚିକିତ୍ସାଧୀନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୫୦ ହଜାରରୁ ତଳକୁ ଖସିଛି।

Corona

Corona

Advertisment

ଦଶ ଦିନ ତଳେ ଦେଶରେ ଦୈନିକ କରୋନା ସଂକ୍ରମଣ ୧୨ ହଜାର ଅତିକ୍ରମ କରି ଯାଇଥିବା ବେଳେ ଏବେ ଏହା ୬ ହଜାର ତଳକୁ ଖସି ଆସିଲାଣି। ଗତ ୨୪ ଘଣ୍ଟାରେ ଦେଶରେ ୫,୮୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଦେଶରେ ଚିକିତ୍ସାଧୀନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୫୦ ହଜାରରୁ ତଳକୁ ଖସିଛି। ଏବେ ଦେଶରେ ୪୯,୦୧୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିଭଳି କରୋନାରେ ଆକ୍ରାନ୍ତ ହୋଇ ଆଉ ୨୪ ଜଣଙ୍କର ମୃତ୍ୟୁ ଘଟିଛି।

ଦେଶରେ ଏବେ କରୋନାର ଦୈନିକ ସଂକ୍ରମଣ ହାର ୩.୩୧% ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୪.୨୫% ରହିଛି।

Advertisment

ଗତ ୨୪ ଘଣ୍ଟାରେ ଦେଶରେ କରୋନାରୁ ୮,୧୪୮ ଜଣ ସୁସ୍ଥ ହୋଇଛନ୍ତି। ଏହା ସହିତ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪,୪୩, ୬୪, ୮୪୧ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଶନିବାର (ଗତକାଲି) ଆସିଥିବା ରିପୋର୍ଟରେ ଦେଶରେ ୭୧୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା। ସେହିପରି ଶୁକ୍ରବାର ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ୭୫୩୩ ରହିଥିଲା।

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୩୮୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Covid19 Corona Cases In India Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe