Advertisment

ବିବାହ ଲୋଭ ଦେଖାଇ ୨୧ ବର୍ଷ କରି ଚାଲିଲେ ଦୁଷ୍କର୍ମ, ବାନ୍ଧିଲା ପୁଲିସ୍‌

ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ୨୧ ବର୍ଷ ଧରି କରି ଚାଲିଲେ ଦୁଷ୍କର୍ମ। ମାତ୍ର ବିବାହ କଥା ଉଠିଲେ ଯୁବତୀଙ୍କୁ ଦେଉଥିଲେ ଅକଥନୀୟ ନିର୍ଯାତନା।

Victim

Victim

Advertisment

ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ୨୧ ବର୍ଷ ଧରି କରି ଚାଲିଲେ ଦୁଷ୍କର୍ମ। ମାତ୍ର ବିବାହ କଥା ଉଠିଲେ ଯୁବତୀଙ୍କୁ ଦେଉଥିଲେ ଅକଥନୀୟ ନିର୍ଯାତନା। ଶେଷରେ ଯୁବତୀଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତାଙ୍କୁ ବାନ୍ଧିଛି। ଏପରି ଏକ ଘଟଣା ଉତ୍ତରପ୍ରଦେଶ ଭଦୋହିରେ ଘଟିଛି।

Advertisment

ପୀଡ଼ିତା ଜଣେ ନର୍ସ ହୋଇଥିବା ବେଳେ ଅଭିଯୁକ୍ତଜଣକ ଜଣେ ଲ୍ୟାବ ଆସିଷ୍ଟାଣ୍ଟ ବୋଲି ଜଣାଯାଇଛି। ଅଭିଯୁକ୍ତଙ୍କ ବୟସ ୫୯ ବର୍ଷ ହୋଇଥିବା ବେଳେ ପୀଡ଼ିତାଙ୍କ ବୟସ ୩୬ ବର୍ଷ।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ୧୫ ବର୍ଷର ହୋଇଥିବା ବେଳେ ନିଜ ପରିବାର ସହ ଏକ ଆପାର୍ଟମେଣ୍ଟରେ ବାରଣାସୀରେ ରହୁଥିଲେ। ସେତେବେଳେ ଅଭିଯୁକ୍ତ ବି ଉକ୍ତ ଆପାର୍ଟମେଣ୍ଟରେ ରହୁଥିଲେ। ପାଠ ପଢ଼ାରେ ସାହାଯ୍ୟ କରିବା ବାହାନାରେ ଅଭିଯୁକ୍ତ ପୀଡ଼ିତାଙ୍କୁ ସେତେବେଳୁ ଯୌନ ଶୋଷଣ କରୁଥିଲେ। ବାହାରେ ଏହ ଘଟଣା ପ୍ରକାଶ ନ କରିବାକୁ ଧମକ ଦେଉଥିଲେ।

Advertisment

ସେବେଠୁ ସେ ଲଗାତର ଭାବେ ପୀଡ଼ିତାଙ୍କ ଶୋଷଣ କରୁଥିଲେ। ଏହାପରେ ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିବାରୁ ସେ ବାହାରେ ଏହାକୁ ପ୍ରଘଟ କରି ନ ଥିଲେ। ଇତି ମଧ୍ୟରେ ପୀଡ଼ିତା ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ନର୍ସ ଭାବେ ଚାକିରି ପାଇବା ସହ ସରକାରୀ କ୍ୱାର୍ଟର୍ସରେ ରହିଥିଲେ।

ଅଭିଯୁକ୍ତଜଣକ ସେଠାକୁ ଯାଇ ମଧ୍ୟ ନର୍ସଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ନର୍ସଜଣକ ବିବାହ କଥା କହିବାରୁ ସେ ତାଙ୍କୁ ପ୍ରବଳ ପିଟୁଥିଲେ। ଏଥିରେ ଅତିଷ୍ଠ ହୋଇ ନର୍ସଜଣକ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ପୀଡ଼ିତା ନର୍ସଙ୍କ ଡାକ୍ତରୀ ମାଇନା କରାଯାଇଛି।

Uttar Pradesh Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe