ବିସ୍ଫୋରଣ
ଦିଲ୍ଲୀ ଲାଲକିଲ୍ଲା ଆତ୍ମଘାତୀ ହମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ହାତରେ ଲାଗିଛି ବଡ଼ ତଥ୍ୟ। ଟେରର ମଡ୍ୟୁଲରେ ସାମିଲ ଥିବା ଡାକ୍ତରମାନେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ପାଇଁ କରୁଥିଲେ କାମ। ଡିସେମ୍ବର ୬ରେ ଦେଶର ରାଜଧାନୀ ଦିଲ୍ଲୀ ଓ ଏନସିଆରର ୬ଟି ପ୍ରମୁଖ ସ୍ଥାନରେ ସିରିଜ ବିସ୍ଫୋରଣ(Blast In Delhi) ପାଇଁ ଏହି ଟେରର ମଡ୍ୟୁଲର ସଦସ୍ୟମାନେ କରିଥିଲେ ଯୋଜନା।
୧୯୯୨ ମସିହା ଡିସେମ୍ବର ୬ରେ ଅଯୋଧ୍ୟାରେ ଥିବା ବାବ୍ରୀ ମସଜିଦ ଭଙ୍ଗା ଯାଇଥିଲା। ତେଣୁ ଧଲା କଲାର ଆତଙ୍କବାଦୀଙ୍କ ଜରିଆରେ ସେହି ଦିନ ଦିଲ୍ଲୀରେ ସିରିଜ ବିସ୍ଫୋରଣ କରି ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିଲା। ବାବ୍ରୀ ମସଜିଦ ଭଙ୍ଗା ଯିବା ଘଟଣାର ପ୍ରତିଶୋଧ ଆଳରେ ଭାରତରେ ନରସଂହାର କରିବାକୁ ଜୈଶ ମସୁଧା କରିଥିଲା। ଜୈଶର ଏହି କାମରେ ଧଳା କଲାର ଆତଙ୍କବାଦୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
ଗୁଇନ୍ଦା ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଜେରା ବେଳେ ଧଲା କଲାର ଆତଙ୍କବାଦୀମାନେ କେମିତି ଦିଲ୍ଲୀ ଓ ଏନସିଆରରେ ସିରିଜ ବିସ୍ଫୋଣ କରିବାକୁ ପର୍ଯ୍ୟାୟ ଅନୁସାରେ ଯୋଜନା କରିଥିଲେ, ତା’ ତଥ୍ୟ ଓକାଳିଛନ୍ତି। ୫ଟି ପର୍ଯ୍ୟାୟରେ ଦେଶକୁ ଦୋହଲାଇବାକୁ ସେମାନଙ୍କ ଯୋଜନା ରହିଥିଲା।
ଫେଜ-୧ : ଜୈଶ-ଇ-ମହମ୍ମଦ ଓ ଅନସର ଗଜୱାତ ଉଲ ହିନ୍ଦୀ ସହ ମିଶି ଟେରର ମଡ୍ୟୁଲ ତିଆରି କରିବା
ଫେଜ-୨: ଆଇଇଡି ପ୍ରସ୍ତୁତ ପାଇଁ କଞ୍ଚା ମାଲ ସଂଗ୍ରହ କରିବା ଓ ଗୁଳିଗୋଳା ସଂରକ୍ଷିତ କରିବ। ହରିୟାଣାର ନୁହ ଓ ଗୁରୁଗ୍ରାମରୁ ସଂଗ୍ରହ ପାଇଁ ଯୋଜନା ହୋଇଥିଲା।
ଫେଜ-୩: ମାରାତ୍ମକ କେମିକାଲ ଆଇଇଡି ତିଆରି କରିବା ଓ ସମ୍ଭାବ୍ୟ ଟାର୍ଗେଟର ରେକି କରିବା
ଫେଜ-୪: ନେଟୱର୍କରେ ଥିବା ସଦସ୍ୟମାନଙ୍କ ମଧ୍ୟରେ ତିଆରି ହୋଇଥିବା ବୋମାକୁ ରେକି ପରେ ଯୋଗାଇ ଦିଆଯି କରିବା
ଫେଜ-୫: ମିଳିତ ଭାବେ ଦିଲ୍ଲୀର ୬ଟି ସ୍ଥାନରେ ସାମୂହିକ ବିସ୍ଫୋରଣ କରିବା
ତଦନ୍ତକାରୀ ଅଧିକାରୀଙ୍କ କହିବା କଥା ଯେ ଚଳିତ ବର୍ଷ ଅଗଷ୍ଟ ମାସରେ ହମଲାର ଯୋଜନା ରହିଥିଲା। କିନ୍ତୁ ବଡ଼ ତଥା ସାମୂହିକ ଆକ୍ରମଣ ପାଇଁ ପ୍ରସ୍ତୁତି ଶେଷ ହୋଇ ନଥିବାରୁ ନୂଆ ତାରିଖ ଭାବେ ଡିସେମ୍ବ ୬କୁ ଚୟନ କରାଯାଇଥିଲା। ଡିସେମ୍ବର ୬ ହେଉଛି ବାବ୍ରୀ ମସଜିଦ ଭଙ୍ଗାର ବର୍ଷ ପୂର୍ତ୍ତି।
ପାଣ୍ଠି ସଂଗ୍ରହ
କଠୋରପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ୪ ଜଣ ଡାକ୍ତର ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ୨୦ ଲକ୍ଷ ଟଙ୍କା ଏକାଠି କରିଥିଲେ। ୨୦ ଲକ୍ଷ ଟଙ୍କା ସଂଗ୍ରହ କରିବା ପରେ ଏହାକୁ ଡାକ୍ତର ଉମରକୁ ସୁରକ୍ଷିତ ଭାବେ ରଖିବାକୁ ଦିଆଯାଇଥିଲା।
ପରବର୍ତ୍ତୀ ଅବସ୍ଥାରେ ସେମାନେ ଗୁରୁଗ୍ରାମ, ନୁହ ଓ ଅନ୍ୟ ଆଖପାଖ ଅଞ୍ଚଳରୁ ୨୬ କ୍ୱିଣ୍ଟାଲ ଏନପିକେ ଫର୍ଟିଲାଇଜର କିଣିଥିଲେ। ଏଥିପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଆଇଇଡି ତିଆରି କରିବା ପାଇଁ ଏପରି ସାର କିଣା ଯାଇଥିଲା ବୋଲି ଜଣାପଡ଼ିଛି।
ଆକ୍ରମଣର ଯୋଜନା
ହରିୟାଣା-ଦିଲ୍ଲୀ ସୀମାନ୍ତ ଠାରୁ ୨୭ କିମି ଦୂରରେ ଥିବା ୭୦ ଏକର ଜମିରେ ରହିଛି ଅଲ ଫଲାହ ବିଶ୍ୱବିଦ୍ୟାଳୟ। ଏହା ମଧ୍ୟରେ ଥିବା ବାଳକ ହଷ୍ଟେଲର ଗୋଟିଏ ରୁମ ବିସ୍ଫୋରଣ ଷଡ଼ଯନ୍ତ୍ରର ଆଡ୍ଡା ବନିଥିଲା ବୋଲି ଜଣାପଡ଼ିଛି।
ଡାକ୍ତର ଉମର ଓ ତା’ର ସହଯୋଗୀମାନେ ବିଲଡିଂ ନମ୍ବର ୧୭ରେ ଗୁପ୍ତ ବୈଠକ କରୁଥିଲେ। ବିଲଡିଂର ୧୩ ନମ୍ବର ରୁମ ଡାକ୍ତର ମୁଜାମିଲ ନାଁରେ ରହିଥିଲେ। ଏହି ରୁମରେ ଧଲା କଲାର ଆତଙ୍କବାଦୀମାନେ ପ୍ରାୟତଃ ଏକାଠି ହେଉଥିଲେ। ଏହି ରୁମରୁ ଆତଙ୍କବାଦୀ ହମଲାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/13/blast-2025-11-13-13-58-18.jpg)