ମଣିପରୁ ହିଂସା ଘଟଣା; ନିଖୋଜ ଥିବା ୬ ଜଣଙ୍କ ମୃତଦେହ ମିଳିଲା

ପାଞ୍ଚ ଦିନ ହେବ ନିଖୋଜ ଥିବା ମେତେଇ ସମ୍ପ୍ରଦାୟର ତିନି ଜଣ ମହିଳା ଓ ତିନି ଛୋଟ ପିଲାଙ୍କ ମୃତଦେହ ଉଦ୍ଧାର ହୋଇଛି।

Manipur's Meitei community holds a candlelight vigil in Imphal seeking safe release of hostages

ସମସ୍ତଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ମେତେଇ ଲୋକେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିଥିଲେ (ଫାଇଲ ଫଟୋ)

Debibandita Barick
  • Published: Saturday, 16 November 2024
  • Updated: 16 November 2024, 04:18 PM IST

Sports

Latest News

ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ ପାଞ୍ଚ ଦିନ ତଳେ କୁକି ବିଦ୍ରୋହୀ ସନ୍ଦିଗ୍ଧମାନେ ମେତେଇ ସମ୍ପ୍ରଦାୟର ୬ ଜଣଙ୍କୁ ଅପହରଣ କରି ବନ୍ଧକ ରଖିଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଆଜି ଆଉ ତିନି ଜଣଙ୍କ ମୃତଦେହ ମିଳିଛି।

ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଥିବାବେଳେ ତିନି ଜଣ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ 8 ମାସର ଶିଶୁ ମଧ୍ୟ ଥିଲା। ବନ୍ଧକ ଭାବେ ନେଇଯିବାର ପାଞ୍ଚ ଦିନ ପରେ ସେମାନଙ୍କ ମୃତଦେହ ମିଳିଛ।

ଗତକାଲି ମଣିପୁର-ଆସାମ ସୀମା ଅଞ୍ଚଳରୁ ଜଣେ ମହିଳା ଏବଂ ଦୁଇ ଜଣ ପିଲାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏହା ପରେ ଆଜି ସକାଳେ ଆଉ ତିନି ଜଣଙ୍କ ମୃତଦେହ ମିଳିଛ। 

Also Read

ପ୍ରକାଶ ଥାଉକି, ଗତ ବର୍ଷ ମେ ମାସରୁ ମଣିପୁରରେ କୁକି ଏବଂ ମେତେଇ ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନି। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ କ୍ଷୟକ୍ଷତି ହୋଇଛି। କିଛି ଦିନ ହେବ ବିବାଦ ଥମିଥିଲା। ମାତ୍ର ନିକଟରେ ପୁଣି ଥରେ ମଣିପୁରର ଜିରିବାମରେ ସୁରକ୍ଷାକର୍ମୀ ଓ ଉଗ୍ରବାଦୀ ମୁହାଁମୁହିଁ ହୋଇଥିଲେ।

ଉଗ୍ରବାଦୀମାନେ ସ୍ଥାନୀୟ ପୁଲିସ ଷ୍ଟେସନ ଉପରେ ଆକ୍ରମଣ କରିବାରୁ ଏହାର ଜବାବରେ ସୁରକ୍ଷାକର୍ମୀମାନେ ବଡ଼ ଧରଣର ହାମଲା କରିଥିଲେ।ଏଥିରେ ୧୧ ଜଣ କୁକି ସଂପ୍ରଦାୟର ସନ୍ଦିଗ୍ଧ ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଥିଲା।

ଏହି ଆକ୍ରମଣର ଦିନକ ପରେ ଉକ୍ତ ଅଞ୍ଚଳରୁ ମେତେଇ ସମ୍ପ୍ରଦାୟର ୩ ଜଣ ମହିଳା ଓ ୩ ଜଣ ଛୋଟ ଛୁଆ ନିଖୋଜ ହୋଇ ଯାଇଥିଲେ। କୁକି ଉଗ୍ରବାଦୀ ଏମାନଙ୍କୁ ଅପହରଣ କରି ନେଇଥିବା ଚର୍ଚ୍ଚା ହେଉଥିଲା। ପାଞ୍ଚ ଦିନ ପରେ ସେମାନଙ୍କ ମୃତଦେହ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story