Advertisment

ଟ୍ରକ୍‌ ପଛରେ ପିଟି ହେଲା ଜିପ୍‌, ୬ ମୃତ

ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି।

undefined

Road Accident

Advertisment

ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌ ସହ ପଛପଟୁ ଏକ ଜିପ୍‌ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ୮ ଜଣ ଆହତ ହୋଇଛନ୍ତି। ଗୁଜରାଟର ପାଟନ ଜିଲ୍ଲାରେ ବୁଧବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଜିପଟି ୧୫ ଜଣ ଯାତ୍ରୀଙ୍କୁ ନେଇ ଭାରାହି ଗ୍ରାମ ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ ଦୁର୍ଭାଗ୍ୟବସତଃ ଯାତ୍ରା ବେଳେ ଜିପ୍‌ର ଚକଟି ଫାଟିଯାଇଥିଲା। ଆଉ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଜିପ୍‌ଟି ଟ୍ରକ୍‌ ପଛପଟେ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସାମଜୁଭାଇ ଫୁଲୱାଡି (୫୦), ଦୁଦାଭାଇ ରାଥୋଡ (୫୦), ରାଧାବେନ ପାରମାର (୩୫), କାଜଲ ପାରମାର (୫୯), ଅମୃତା ଭାନଜାରା (୧୫) ଏବଂ ପିନାଲବେନ ଭାନଜାରା (୭) ବୋଲି ଜଣାପଡିଛି।

Advertisment

ସେପଟେ ପୁଲିସ ଆହତ ଲୋକଙ୍କୁ ରାଧାନପୁର ଏବଂ ପାଟାନର ବିଭିନ୍ନ ଡାକ୍ତରଖାନାକୁ ପଠାଥିବା ଡେପୁଟି ପୋଲିସ ଅଧୀକ୍ଷକ କେ ପାଣ୍ଡ୍ୟା କହିଛନ୍ତି। ପୁଲିସ ଅଧିକାରୀ କହିଛନ୍ତି ଯେ, ଉଭୟ ଉଭୟ ଗାଡିର ଡ୍ରାଇଭରଙ୍କ ବିରୋଧରେ ଭାରତୀୟ ପେନାଲ କୋଡ ଏବଂ ମୋଟର ଯାନ ଅଧିନିୟମ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହେବ।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe