Advertisment

ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଥିବା ଏକ ଆବାସିକ କୋଠାରେ ଘଟିଛି ଏହି ଅଘଟଣ।

ଅଦ୍ୟତନ ହୋଇଛି
Hyderabad building fire

Hyderabad building fire

Advertisment

ହାଇଦ୍ରାବାଦର ଏକ ଆବାସିକ କୋଠାରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍। ନୂଆ ସଦ୍ୟତମ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି।

Advertisment

ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଏହି ଅଘଟଣ ଘଟିଛି। ସୋମବାର ସକାଳେ ଏକ ଆବାସିକ କୋଠାରେ ହଠାତ୍ ନିଆଁ ଲାଗିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୬ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ଆଉ ତିନି ଜଣଙ୍କ ମୃତ୍ୟୁ ଘଟିଛି।

ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇ ଥିବାବେଳେ ୨୧ ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ସେମାନଙ୍କ ମଧ୍ୟରୁ ୧୦ ଜଣ ଅଚେତ୍ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତୁରନ୍ତ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

ସୂଚନା ଅନୁସାରେ, ବିଲ୍ଡିଂର ତଳ ମହଲାରେ ରସାୟନ ଥିବାବେଳେ ଉପର ମହଲାରେ ଲୋକେ ରହୁଥିଲେ। ସକାଳେ କାର୍ ମରାମତି ବେଳେ ନିଆଁ ଝୁଲ ଛିଟକି ରସାୟନ ଉପରେ ପଡି ଫଳରେ ଏତେ ବଡ ଏକ ଅଘଟଣ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ କୁହାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ।

ଆଜି ସକାଳେ ମଧ୍ୟ ସହରର ଅନ୍ୟ ଏକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କୋଠାପେଟରେ ଥିବା ଲଳିତା ହସ୍ପିଟାଲ ନିକଟରେ ଏକ ଦୋକାନରେ ନିଆଁ ଲାଗିଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। 

Fire Incident Building Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe