Advertisment

ମଶା ବତୀ ଲଗାଇ ଶୋଇଥିଲେ, ଚାଲିଗଲା ୬ ଜଣଙ୍କ ଜୀବନ

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରାଣ ହରାଇଥିବା ୬ ଜଣ ଗୋଟିଏ ପରିବାରର। ସବୁଦିନ ଭଳି ବୁଧବାର ରାତିରେ ମଧ୍ୟ ସେମାନେ ମଶା ବତୀ ଲଗାଇ ଶୋଇଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
 mosquito coil

mosquito coil

ଦେଶର ରାଜଧାନୀ ଦିଲ୍ଲୀର ଶାସ୍ତ୍ରୀ ପାର୍କ ନିକଟରେ ଘଟିଛି ଅଭାବନୀୟ ଘଟଣା। ମଶା ବତୀ ଲଗାଇ ରାତିରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ କାରଣରୁ ୬ ଜଣ ପ୍ରାଣ ହରାଇଛନ୍ତି। ସେମାନେ ମାଶ କବଳରୁ ବର୍ତ୍ତିବା ପାଇଁ ଏପରି କରିଥିଲେ ହେଁ ଅତ୍ୟଧିକ ଧୂଆଁ ଯୋଗୁ ସମସ୍ତଙ୍କର ଦୁଃଖଦ ମୃତ୍ୟୁ ଘଟିଛି।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରାଣ ହରାଇଥିବା ୬ ଜଣ ଗୋଟିଏ ପରିବାରର। ସବୁଦିନ ଭଳି ଗୁରୁବାର ରାତିରେ ମଧ୍ୟ ସେମାନେ ମଶା ବତୀ ଲଗାଇ ଶୋଇଥିଲେ। ହେଲେ ମଶା ବତୀ କୌଣସି କାରଣ ବଶତଃ ଗଦି ଉପରେ ପଡ଼ି ଯାଇଥିଲା। ଫଳରେ ସେଥିରେ ନିଆଁ ଲାଗି ଯାଇଥିଲା।

ଗଦି ଓ ମଶା ବତୀରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ୍‌ ଯୋଗୁ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ଅବସ୍ଥାରେ ହିଁ ଅଚେତ ହୋଇଯାଇଥିଲେ। ଘର ସାରା ଧୂଆଁ ଭର୍ତ୍ତି ହୋଇଯାଇଥିଲା। ହେଲେ ଅଚେତ ଅବସ୍ଥାରେ ଥିବାରୁ ପରିବାରର ସଦସ୍ୟମାନେ କିଛି ବି ଜାଣି ପାରି ନଥିଲେ। ଏହାପରେ ଘରେ ନିଆଁ ମଧ୍ୟ ଲାଗି ଯାଇଥିଲା।  

Advertisment

ଆଜି ସକାଳ ୯ଟେରେ ଶାସ୍ତ୍ରୀ ପାର୍କର ମଚ୍ଛି ମାର୍କେଟ ନିକଟ ମଜାର ୱାଲା ରୋଡରେ ଥିବା ଗୋଟିଏ ଘରେ ନିଆଁ ଲାଗିଥିବା ଖବର ପୁଲିସକୁ ମିଳିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ୯ ଜଣଙ୍କୁ ଘର ଭିତରୁ ଉଦ୍ଧାର କରି ଜାଗ ପ୍ରବେଶ ଚନ୍ଦ୍ର ହସ୍ପିଟାଲକୁ ନିଆଯାଇ ସାରିଥିଲା।

ଜଣେ ମହିଳା ଓ ଜଣେ ଦେଢ଼ ବର୍ଷର ପିଲାକୁ ମିଶାଇ ମୋଟ ୬ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ଜଣେ ୧୫ ବର୍ଷୀୟ ଝିଅ ସମେତ ଆଉ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଆଉ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି।

Delhi Mosquito Coil