Advertisment

ଧୂଆଁ ଧୂଆଁ ରାଜଧାନୀ, ଟ୍ରେନ୍‌ ଓ ବିମାନ ବେଗରେ ଲାଗିଲା ବ୍ରେକ୍‌

କେବଳ ସେତିକି ହାଡ଼ ଥରାଇଲା ଭଳି ଶୀତ ସାଙ୍ଗକୁ କୋହଲା ପବନ ବହୁଛି। ଫଳରେ ଲୋକେ ଘରୁ ବାହାରିବା ମୁସ୍‌କିଲ ହୋଇପଡିଛି।

Train and Flight

Train and Flight

Advertisment

ଯୁଆଡେ ଦେଖିବ ସିଆଡେ କେବଳ ଧୂଆଁ ଆଉ ଧୂଆଁ। ଚାରିଆଡେ ଢ଼ାଙ୍କି ହୋଇ କୁହୁଡିର ମୋଟା ଚାଦର। କେବଳ ସେତିକି ହାଡ଼ ଥରାଇଲା ଭଳି ଶୀତ ସାଙ୍ଗକୁ କୋହଲା ପବନ ବହୁଛି। ଫଳରେ ଲୋକେ ଘରୁ ବାହାରିବା ମୁସ୍‌କିଲ ହୋଇପଡିଛି। ରାଜଧାନୀ ଦିଲ୍ଲୀରେ ଲଗାତର ତୃତୀୟ ଦିନ ପାଇଁ ଘନ କୁହୁଡି ଦେଖିବାକୁ ମିଳିଛି। କୁହୁଡି ଯୋଗୁ ଟ୍ରେନ୍‌ ଓ ବିମାନ ଗତିରେ ବ୍ରେକ୍‌ ଲାଗି ଯାଇଛି।

Advertisment

କମ୍‌ ଦୃଶ୍ୟମାନ ଯୋଗୁ ରାଜଧାନୀ ଦିଲ୍ଲୀରେ ଟ୍ରେନ୍‌ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ବି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ ବିମାନ ବିଳମ୍ବରେ ଚାଲୁଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର ଅନୁଯାୟୀ, ଘନ କୁହୁଡ଼ି କାରଣରୁ ଆଜି ସକାଳ ୮ ଟାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଏ) ବିମାନବନ୍ଦରରେ ୬ ଟି ବିମାନ ବାତିଲ କରାଯାଇଛି। ୧୧୪ ଟି ବିମାନରେ ହାରାହାରି ୧୮ମିନିଟରେ ବିଳମ୍ବ ହୋଇଛି। ଶନିବାର ଦିନ ଆଇଜି ବିମାନ ବନ୍ଦରରେ ପ୍ରାୟ ୪୮ ବିମାନ ଉଡାଣ ବାତିଲ କରିବାକୁ ପଡିଥିଲା। ​​

ସମଗ୍ର ଉତ୍ତର ଭାତରରେ ପ୍ରବଳ ଶୀତ ଜାରି ରହିଛି। ପାଣିପାଗ ବିଭାଗର ସୂଚନା ମୁତାବକ, ଜମ୍ମୁ କଶ୍ମୀରରେ ପ୍ରବଳ ତୁଷାର ପାତ ଯୋଗୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ଲଦାଖ ଓ ହିମାଚଳ ପ୍ରଦେଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ତୁଷାରପାତ ହେବା ନେଇ ଆଇଏମ୍‌ଡି ପୂର୍ବାନୁମାନ କରିଛି।

Advertisment

ପାଣିପାଗ ବିଭାଗ ଅନୁଯାୟୀ, ରବିବାର ସକାଳ ସାଢ଼େ ୫ଟା ସମୟରେ ଦିଲ୍ଲୀରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଶନିବାର ମଧ୍ୟ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ ଥିଲା। କୁହୁଡ଼ି ହେତୁ ଅନେକ ଟ୍ରେନ୍ ନୂଆଦିଲ୍ଲୀ ରେଳ ଷ୍ଟେସନରେ ବିଳମ୍ବରେ ଚାଲୁଛି। ଦିଲ୍ଲୀର ବାୟୁ ଗୁଣବତ୍ତା ମଧ୍ୟ ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି। ଆଜି ସକାଳ ୬ଟାରେ AQI 377 ରେକର୍ଡ କରାଯାଇଥିଲା। ଗତକାଲି ଏହି ସମୟରେ ଏହା 385 ଥିଲା।

Dense Fog Cold Wave Delhi Weather Update
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe