ଦୋକାନରେ ଗ୍ୟାସ୍ ସିଲିଣ୍ଡର ଫାଟି ୬ ଜଣ ଗୁରୁତର ହୋଇଛନ୍ତି। ଏଥିସହ ଦୁଇଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଏହି ଅଗ୍ନିକାଣ୍ଡ ଘଟିଛି।
ପୁଲିସର ସୂଚନାନୁସାରେ, ଦୈନନ୍ଦିନ ଭଳି ଗୁରୁବାର ତିରୁନେଲଭେଲିର ଉତ୍ତର ରାଧା ରୋଡରେ ଲୋକମାନେ ଯିବାଆସିବା କରୁଥିଲେ। ରାସ୍ତାକଡ଼ରେ ଥିବା ଏକ ସମୋସା(ସିଙ୍ଗଡ଼ା) ଦୋକାନରେ ହଠାତ୍ ସିଲିଣ୍ଡର ଫାଟି ଯାଇଥିଲା। ଫଳରେ ଦୋକାନୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି।
ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିରେ ଦୁଇଟି ଦୋକାନ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ସିଲିଣ୍ଡର ଫାଟିବା ସମୟର ଭିଡିଓ ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଭୟଙ୍କର। ବଜାରରେ ଲୋକ ଯିବାଆସିବା କରିବା ସମୟରେ ହଠାତ୍ ସିଲିଣ୍ଡର ଫାଟିବାରୁ ସମସ୍ତେ ଭୟଭୀତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି।
ଏହାପୂର୍ବରୁ ମେ ୧୧ରେ ମଧ୍ୟ ରାଜ୍ୟର ଅନ୍ୟ ଏକ ଜିଲ୍ଲାର ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟିଥିଲା। ସୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନୀ ହୋଇନଥିଲା।
#WATCH | Tirunelveli, Tamil Nadu: 6 people were injured and 2 nearby shops gutted in the fire as a gas cylinder exploded at a shop in Tirunelveli yesterday
— ANI (@ANI) May 31, 2024
(Viral video confirmed by Police) pic.twitter.com/kk1xpws165
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।