Advertisment

ସିଙ୍ଗଡ଼ା ଦୋକାନରେ ଫାଟିଲା ସିଲିଣ୍ଡର, ୬ ଗୁରୁତର

ଦୁଇଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି।

Fire In Shop

Fire In Shop

Advertisment

ଦୋକାନରେ ଗ୍ୟାସ୍ ସିଲିଣ୍ଡର ଫାଟି ୬ ଜଣ ଗୁରୁତର ହୋଇଛନ୍ତି। ଏଥିସହ ଦୁଇଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଏହି ଅଗ୍ନିକାଣ୍ଡ ଘଟିଛି।

Advertisment

ପୁଲିସର ସୂଚନାନୁସାରେ, ଦୈନନ୍ଦିନ ଭଳି ଗୁରୁବାର ତିରୁନେଲଭେଲିର ଉତ୍ତର ରାଧା ରୋଡରେ ଲୋକମାନେ ଯିବାଆସିବା କରୁଥିଲେ। ରାସ୍ତାକଡ଼ରେ ଥିବା ଏକ ସମୋସା(ସିଙ୍ଗଡ଼ା) ଦୋକାନରେ ହଠାତ୍ ସିଲିଣ୍ଡର ଫାଟି ଯାଇଥିଲା। ଫଳରେ ଦୋକାନୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିରେ ଦୁଇଟି ଦୋକାନ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ସିଲିଣ୍ଡର ଫାଟିବା ସମୟର ଭିଡିଓ ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଭୟଙ୍କର। ବଜାରରେ ଲୋକ ଯିବାଆସିବା କରିବା ସମୟରେ ହଠାତ୍ ସିଲିଣ୍ଡର ଫାଟିବାରୁ ସମସ୍ତେ ଭୟଭୀତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି।

Advertisment

ଏହାପୂର୍ବରୁ ମେ ୧୧ରେ ମଧ୍ୟ ରାଜ୍ୟର ଅନ୍ୟ ଏକ ଜିଲ୍ଲାର ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟିଥିଲା। ସୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନୀ ହୋଇନଥିଲା।

Fire Breaks Out In Shop Fire Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe