Advertisment

ଅଧା ରହିଗଲା ଠାକୁର ଦର୍ଶନ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜଣଙ୍କ ଜୀବନ

ଟ୍ରକ୍‌ଟି ନାମକ୍କାଲ ଆଡ଼କୁ ଯାଉଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି। ସେହିପରି ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି।

Accident

Accident

Advertisment

ଅଧା ରହିଗଲା ଠାକୁର ଦର୍ଶନ ଓ ପୂଜାର୍ଚ୍ଚନା। କାର ଯୋଗେ ମନ୍ଦିର ଯାଉଥିବା ବେଳେ ଅଧା ବାଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଚାଲି ଯାଇଛି ୬ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ନାବାଳିକା ମଧ୍ୟ ରହିଛନ୍ତି। ଦୁର୍ଘଟଣାରେ କାର ପୂରା ଛିନଛତ୍ର ହୋଇଯାଇଛି।

Advertisment

ଏପରି ଦୁଃଖଦ ଘଟଣା ତାମିଲନାଡୁର ତିରଚୀ ଜିଲ୍ଲା ଅନ୍ତର୍ଗତ ତିରୁଭାସୀ ନିକଟର ମୁଖ୍ୟ ରାସ୍ତାରେ। ରବିବାର ଭୋରରୁ ଘଟିଥିବା ଏହି ଦୁର୍ଘଟଣାରେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କାର୍‌ରେ ୯ ଜଣ ଲୋକ ସାଲେମ ଜିଲ୍ଲାର ଇଡାପ୍ପାଡିରୁ ଥିରୁଭିଡାଇମାରୁଡୁରରେ ଥିବା ଗୋଟିଏ ମନ୍ଦିରକୁ ଦର୍ଶନ ଓ ପୂଜାର୍ଚ୍ଚନା କରିବାକୁ ଯାଉଥିଲେ। ତେବେ ଅଧା ରାସ୍ତାରେ କାରର ବେଗ ଅଧିକ ଥିବା ବେଳେ ଡ୍ରାଇଭର ଜଣଙ୍କ ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ସାମ୍ନା ପଟୁ ଆସୁଥିବା ଗୋଟିଏ କାଠ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇଥିଲା।

Advertisment

ଟ୍ରକ୍‌ଟି ନାମକ୍କାଲ ଆଡ଼କୁ ଯାଉଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି। ସେହିପରି ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ୫୮ ବର୍ଷୀୟ କେ ମୁଥୁସ୍ୱାମୀ, ୧୦ ବର୍ଷୀୟ ଜି ଥାବନା, ୩୧ ବର୍ଷୀୟ ସନ୍ତୋଷ କୁମାର, ୫୭ ବର୍ଷୀୟ ପି ଅନଧ୍ୟା, ୪୩ ବର୍ଷୀୟ ତିରୁମୂର୍ତ୍ତି, ଓ କାର ଡ୍ରାଇଭର ୩୧ ବର୍ଷୀୟ ଏ ସନ୍ତୋଷ କୁମାର। ୩୬ ବର୍ଷୀୟ ଜି ଶକୁନ୍ତଳା, ୩୬ ବର୍ଷୀୟ ଧଡ଼ାପାଲ ଓ ୨୩ ବର୍ଷୀୟ ପି ମୁରୁଗାନ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ପରସ୍ପରର ସମ୍ପର୍କୀୟ।

ଘଟଣା ସମ୍ପର୍କରେ ଖବର ପାଇ ତିରଚୀର ଏସ୍‌ପି ସୁଜିତ କୁମାର ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ତଦନ୍ତ କରିଥିଲେ। ସେହିପରି ଭାତାଲାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ମହାତ୍ମା ଗାନ୍ଧି ମେମୋରିଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ପୁଲିସ୍‌ ଏହି ଘଟଣାରେ ଗୋଟିଏ ମାମଲା କରିବା ସହ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି। ସେହିପରି ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ଗାଡ଼ିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Accident Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe