Advertisment

ଛିଡ଼ିଗଲା କାର୍ଗୋ ରୋପୱେ, ଚାଲିଗଲା ୬ ଜୀବନ

ଖବର ପାଇ ସ୍ଥାନୀୟ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

author-image
Hemant Lenka
Ropeway

Ropeway

ଗୁଜରାଟର ପାବାଗଡ଼ ଠାରେ ପ୍ରସିଦ୍ଧ ଶକ୍ତିପୀଠରେ ବଡ଼ ଅଘଟଣ ଘଟିଛି। ଖରାପ ପାଗ ମଧ୍ୟରେ ଗୋଟିଏ ମାନବାହୀ ରୋପୱେ ଛିଡ଼ି ପଡ଼ିଛି। ଏଥିଯୋଗୁ ୬ ଜଣ ପ୍ରାଣ ହରାଇଛନ୍ତି। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ କେବୁଲ କାରରେ ମାଲବୁହା ହେଉଥିବା ବେଳେ ତାର ଛିଡ଼ି ଯାଇଥିଲା। ଏଥିଯୋଗୁ ଏତେ ବଡ଼ ବଡ଼ ଘଟଣା ଘଟିଛି।

Advertisment

ପଞ୍ଚମହଲ ଜିଲ୍ଲାପାଳ ୬ ଜଣଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଲିଫ୍ଟମ୍ୟାନ, ୨ ଜଣ ଶ୍ରମିକ ଓ ଅନ୍ୟ ୨ ଜଣ ଲୋକ ରହିଛନ୍ତି। ଦୁର୍ଘଟଣା ଦିନ ପ୍ରାୟ ୩.୩୦ରେ ଘଟିଥିଲା।

ଖବର ପାଇ ସ୍ଥାନୀୟ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

Advertisment

ଶକ୍ତିପୀଠର ମନ୍ଦିର ପ୍ରାୟ ୮୦୦ ମିଟର ଉଚ୍ଚରେ ରହିଛି। ଶ୍ରଦ୍ଧାଳୁମାନେ ସେଠାକୁ ଯିବା ପାଇଁ ୨ ହଜାର ପାହାଚ ଚାଲିଚାଲି ଯାଆନ୍ତି କିମ୍ବା କେବୁଲ କାରର ବ୍ୟବହାର କରନ୍ତି। କିନ୍ତୁ ଆଜି ଖରାପ ପାଗ ଯୋଗୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ସକାଳୁ ରୋପୱେ ବନ୍ଦ ରହିଥିଲା। କେବଳ ମାଲବୁହା ଚାଲିଥିଲା। ଏତିକି ବେଳେ ଏପରି ଘଟଣା ଘଟିଛି।

Gujarat Ropeway Tragedy