Ropeway
ଗୁଜରାଟର ପାବାଗଡ଼ ଠାରେ ପ୍ରସିଦ୍ଧ ଶକ୍ତିପୀଠରେ ବଡ଼ ଅଘଟଣ ଘଟିଛି। ଖରାପ ପାଗ ମଧ୍ୟରେ ଗୋଟିଏ ମାନବାହୀ ରୋପୱେ ଛିଡ଼ି ପଡ଼ିଛି। ଏଥିଯୋଗୁ ୬ ଜଣ ପ୍ରାଣ ହରାଇଛନ୍ତି। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ କେବୁଲ କାରରେ ମାଲବୁହା ହେଉଥିବା ବେଳେ ତାର ଛିଡ଼ି ଯାଇଥିଲା। ଏଥିଯୋଗୁ ଏତେ ବଡ଼ ବଡ଼ ଘଟଣା ଘଟିଛି।
ପଞ୍ଚମହଲ ଜିଲ୍ଲାପାଳ ୬ ଜଣଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଲିଫ୍ଟମ୍ୟାନ, ୨ ଜଣ ଶ୍ରମିକ ଓ ଅନ୍ୟ ୨ ଜଣ ଲୋକ ରହିଛନ୍ତି। ଦୁର୍ଘଟଣା ଦିନ ପ୍ରାୟ ୩.୩୦ରେ ଘଟିଥିଲା।
ଖବର ପାଇ ସ୍ଥାନୀୟ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
ଶକ୍ତିପୀଠର ମନ୍ଦିର ପ୍ରାୟ ୮୦୦ ମିଟର ଉଚ୍ଚରେ ରହିଛି। ଶ୍ରଦ୍ଧାଳୁମାନେ ସେଠାକୁ ଯିବା ପାଇଁ ୨ ହଜାର ପାହାଚ ଚାଲିଚାଲି ଯାଆନ୍ତି କିମ୍ବା କେବୁଲ କାରର ବ୍ୟବହାର କରନ୍ତି। କିନ୍ତୁ ଆଜି ଖରାପ ପାଗ ଯୋଗୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ସକାଳୁ ରୋପୱେ ବନ୍ଦ ରହିଥିଲା। କେବଳ ମାଲବୁହା ଚାଲିଥିଲା। ଏତିକି ବେଳେ ଏପରି ଘଟଣା ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Ropeway_1757163113.jpg)