Advertisment

କେମିକାଲ ଫ୍ୟାକ୍‌ଟ୍ରୀରେ ବିସ୍ଫୋରଣ: ୬ ମୃତ, ୨୫ରୁ ଅଧିକ ଆହତ

Amudan Chemical ନାମକ ଫ୍ୟାକ୍‌ଟ୍ରୀରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
Fire Mishap

Fire Mishap

Advertisment

ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଡୋମ୍ବିୱଲିରେ ଗୁରୁବାର ଏକ କେମିକାଲ ଫ୍ୟାକ୍‌ଟ୍ରୀରେ ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଆହୁରି ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ତେଣୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। 

Advertisment

Amudan Chemical ନାମକ ଫ୍ୟାକ୍‌ଟ୍ରୀରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା। ଫ୍ୟାକ୍‌ଟ୍ରୀର ଏକ ବଏଲରରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଫ୍ୟାକ୍‌ଟ୍ରୀରେ ନିଆଁ ଲାଗି ଯାଇଥିଲା। ତା’ ସହିତ ପାର୍କିଂରେ ଥିବା ଗାଡ଼ିଗୁଡ଼ିକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସେହିପରି ଏହି ନିଆଁ ଆଖପାଖରେ ଥିବା ୩ଟି କୋଠାକୁ ବ୍ୟାପୀ ଯାଇଥିଲା। ସେଥିରୁ ଗୋଟିଏରେ କାର୍ ଶୋ’ରୁମ୍ ରହିଛି। କାର୍‌ ଶୋ’ରୁମ୍‌ର ପ୍ରାୟ ୧୨ଟି ଗାଡ଼ି ପୋଡ଼ି ଯାଇଥିବା ଜଣାପଡ଼ିଛି। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଆଖପାଖ ଅଞ୍ଚଳରେ ଥିବା କିଛି ଘରର କାଚ ଝରକା ଭାଙ୍ଗି ଯାଇଛି।

ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ୧୫ଟି ଦମକଳ ଗାଡ଼ିକୁ ନିଆଁ ଲିଭାଇବା ପାଇଁ ମୁତୟନ କରାଯାଇଛି। ଖବର ଲେଖାଯିବାକୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ନିଆଁକୁ କାବୁ କରିବାକୁ ପ୍ରାୟ ୩ ଘଣ୍ଟା ଲାଗି ଯାଇଥିଲା।

Advertisment
Fire Breakout Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe