Advertisment

ଛତିଶଗଡ଼ରେ ଏନକାଉଣ୍ଟର; ଯବାନଙ୍କ ଗୁଳିରେ ଟଳିଲେ ୬ ନକ୍ସଲ

ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ। ମୃତାହତ ହୋଇଥିବା ୬ ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାଯାଇଛି।

Jawans

Jawans

Advertisment

ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ। ମୃତାହତ ହୋଇଥିବା ୬ ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାଯାଇଛି। ଛତିଶଗଡ଼ ବିଜାପୁର ଜିଲ୍ଲା ଚିପୁରଭାଟି-ପୁସବାକା ନିକଟ ଜଙ୍ଗଲରେ ନକ୍ସଲଙ୍କ ଏନକାଉଣ୍ଟରରେ ୬ ନକ୍ସଲ ଟଳି ପଡ଼ିଛନ୍ତି।

Advertisment

ଛତିଶଗଡ଼ରେ ଚିପୁରଭାଟି-ପୁସବାକା ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ଅପରେସନରେ DRG, CRPF ଓ କୋବ୍ରା କମାଣ୍ଡୋ ସାମିଲ ହୋଇଥିଲେ। ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲ ମଧ୍ୟରୁ ନକ୍ସଲମାନେ ଫାୟାରିଂ କରିଥିଲେ। ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ।

ଏହାପରେ ନକ୍ସଲମାନେ ଜଙ୍ଗଲରେ ଖୋଜାଖୋଜି କରି ୬ ମୃତଦେହ ଉଦ୍ଧାର କରିଛନ୍ତି। ସେଥି ମଧ୍ୟରୁ ଦୁଇଟି ମୃତଦେହ ମହିଳାଙ୍କର ବୋଲି ଜଣାଯାଇଛି। ଏଥିସହ ବହୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ବି ଜବତ ହୋଇଛି।

Advertisment

ଯବାନଙ୍କ ଗୁଳିରେ ଆହୁରି ବହୁ ନକ୍ସଲ ଆହତ ହୋଇଥିବା ଜଣାଯାଇଛି। ତେବେ ସେମାନେ ଛତ୍ରଭଙ୍ଗ ଦେଇ କେଉଁଆଡ଼େ ଚାଲି ଯାଇଥିବା ବେଳେ ସେମାନଙ୍କ ସନ୍ଧାନ ଆରମ୍ଭ କରିଛନ୍ତି ଯବାନ ।

Chhatisgarh Naxal Attack Naxal Camp Destroy Naxal Activities
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe