Advertisment

ଲାଇଫ୍‌ ଗାର୍ଡଙ୍କ ହୁଇସିଲ୍‌କୁ ମାନିନେଲି; ଅଶାନ୍ତ ସମୁଦ୍ରରେ ପଶିଗଲେ ୬ ନାବାଳକ

ମୁମ୍ବାଇ ସାନ୍ତାକ୍ରୁଜ ଅଞ୍ଚଳର ୮ ନାବାଳକ ଗତକାଲି ଅପରାହ୍ନରେ ଜୁହୁ ବିଚ୍‌କୁ ବୁଲିବାକୁ ଯାଇଥିଲେ। ସେଠାରେ ଜେଟିରେ ୬ ଜଣ ସମୁଦ୍ର ମଧ୍ୟକୁ ଯିବାକୁ ଉଦ୍ୟମ ହେଉଥିବା ବେଳେ ୨ ଜଣ ସମୁଦ୍ରକୁ ଯିବାକୁ ମନା କଲେ।

author-image
Niharika Rout
seabeach

seabeach

ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ୍‌ ପୂର୍ବରୁ ଅଶାନ୍ତ ରହୁଛି ଆରବ ସାଗର। ତେଣୁ ସମୁଦ୍ର କୂଳକୁ ଖାଲି କରାଯାଉଥିବା ବେଳେ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏପରି ସ୍ଥିତିରେ ସମୁଦ୍ରକୁ ଯିବାକୁ ବାରଣ କରାଯାଉଥିବା ବେଳେ କୂଳରେ ଜଗି ରହୁଛନ୍ତି ଲାଇଫ୍‌ ଗାର୍ଡ। ମାତ୍ର ଲାଇଫ୍‌ ଗାର୍ଡ଼ଙ୍କ କଥା ନ ମାନି ସମୁଦ୍ର ମଧ୍ୟକୁ ଚାଲିଯିବା ମହଙ୍ଗା ପଡ଼ିଲ। ୬ ଜଣ ନାବାଳକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୨ ଜଣ ଏବେ ବି ନିଖୋଜ ଅଛନ୍ତି। ଏପରି ଘଟଣା ମୁମ୍ବାଇ ଜୁହୁ ବିଚ୍‌ରେ ଘଟିଛି।

Advertisment

ମୁମ୍ବାଇ ସାନ୍ତାକ୍ରୁଜ ଅଞ୍ଚଳର ୮ ନାବାଳକ ଗତକାଲି ଅପରାହ୍ନରେ ଜୁହୁ ବିଚ୍‌କୁ ବୁଲିବାକୁ ଯାଇଥିଲେ। ସେଠାରେ ଜେଟିରେ ୬ ଜଣ ସମୁଦ୍ର ମଧ୍ୟକୁ ଯିବାକୁ ଉଦ୍ୟମ ହେଉଥିବା ବେଳେ ୨ ଜଣ ସମୁଦ୍ରକୁ ଯିବାକୁ ମନା କଲେ। ଏହା ଦେଖି ଲାଇଫ୍‌ ଗାର୍ଡ ହୁଇସିଲ୍‌ ମାରି ସେମାନଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ। ମାତ୍ର ଏହାକୁ ୬ ନାବାଳକ ଖାତିର ନ କରି ସମୁଦ୍ର ଭିତରକୁ ଚାଲି ଯାଇଥିଲେ।

ତୁରନ୍ତ ଲାଇଫ୍‌ ଗାର୍ଡମାନେ ଅଶାନ୍ତ ସମୁଦ୍ରରୁ ୨ ନାବାଳକଙ୍କୁ ଉଦ୍ଧାର କରି ନେଇଥିବା ବେଳେ ଅନ୍ୟମାନଙ୍କ ପତ୍ତା ମିଳି ନ ଥିଲା। ବହୁ ଖୋଜାଖୋଜି ପରି ୨ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅହୁରି ୨ ଜଣଙ୍କ ପତ୍ତା ମିଳୁନି।

Advertisment

ଗତକାଲିଠୁ ହାଇ ଆଲର୍ଟ ଜାରି ପରେ ଜୁହୁ ବିଚ୍‌କୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରି ଦିଅଆଯାଇଛି। ବିଚ୍‌ରେ ୧୨ ଲାଇଫ୍‌ଗାର୍ଡଙ୍କ ସମେତ ଦମକଳ ବାହିନୀ, ମୁମ୍ବାଇ ପୁଲିସ୍‌, ବିଏମ୍‌ସି ଅଧିକାରୀ ମୁତୟନ ହୋଇଛନ୍ତି। ଏହାସତ୍ତ୍ୱେ ଏହି ନାବାଳକମାନେ କିପରି ସମୁଦ୍ର ମଧ୍ୟକୁ ଯିବାକୁ ସକ୍ଷମ ହେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Mumbai Maharashtra Police Drown Case