Advertisment

ଇମ୍ରାନ ଖାନଙ୍କ ଘରୁ ଖସି ଯାଉଥିବା ଆଉ ୬ ‘ଆତଙ୍କବାଦୀ’ଙ୍କୁ ଧରିଲା ପୁଲିସ୍‌

ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ଥିବା ଦାବି କରାଯାଉଥିବା ବେଳେ ଇମ୍ରାନ ଖାନ ଏହାକୁ ଅଗ୍ରାହ୍ୟ କରିଛନ୍ତି। ପାକିସ୍ତାନ ସରକାର ପିଟିଆଇକୁ ବ୍ୟାନ କରିବା ପାଇଁ ଏପରି ପଦକ୍ଷେପ ନେଉଥିବା ସେ ଅଭିଯୋଗ କରିଛନ୍ତି।

Zaman Park

Zaman Park

Advertisment

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାହୋର ସ୍ଥିତ ଜମାନ ପାର୍କ ସ୍ଥିତ ବାସଭବନରୁ ଖସି ଯିବାକୁ ଚେଷ୍ଟା କରୁଥିବା ୬ ଜଣ ସନ୍ଦିଗ୍ଧ ଆତଙ୍କାବଦୀଙ୍କୁ ଧରିଛି ପୁଲିସ। ଏହି ଆତଙ୍କବାଦୀମାନେ ଇମ୍ରାନଙ୍କ ଘରେ ଲୁଚି ରହିଥିଲେ। ତେବେ ସେମାନଙ୍କୁ ଗିରଫ କରାଯାଇଥିବା ପଞ୍ଜାବ ପୁଲିସ୍‌ ଦାବି କରିଛି।

Advertisment

ଏହି ଆତଙ୍କବାଦୀମାନେ କୋର କମାଣ୍ଡରଙ୍କ ଘରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିବା ଘଟଣାରେ ସାମିଲ ଥିଲେ। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଉକ୍ତ ହିଂସା ଘଟଣାରେ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇ ସାରିଲାଣି ବୋଲି ପୁଲିସ କହିଛି।

ଇମ୍ରାନ ଖାନଙ୍କ ଘରେ ୩୦ରୁ ୪୦ ଜଣ ଆତଙ୍କବାଦୀ ଲୁଚି ରହିଥିବା ପ୍ରଥମେ ସୁରକ୍ଷାକର୍ମୀମାନେ ଦାବି କରିଥିଲେ। ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ହସ୍ତାନ୍ତର କରିବାକୁ ଇମ୍ରାନ ଖାନଙ୍କୁ ମହଲତ ଦିଆଯାଇଥିଲା। ଏଥିପାଇଁ ତାଙ୍କ ଘର ଚାରିପାଖରେ ବିପୁଳ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା।

Advertisment

ଆଜି ଇମ୍ରାନ ଖାନଙ୍କୁ ଦିଆଯାଇଥିବା ୨୪ ଘଣ୍ଟାର ମହଲତ ଶେଷ ହୋଇଛି। ତେଣୁ ସୁରକ୍ଷାକର୍ମୀମାନେ ଯେକୌଣସି ମୁହୂର୍ତ୍ତରେ ତାଙ୍କ ଘର ଭିତରେ ପଶି ଅପରେସନ କରିପାରନ୍ତି।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ଥିବା ଦାବି କରାଯାଉଥିବା ବେଳେ ଇମ୍ରାନ ଖାନ ଏହାକୁ ଅଗ୍ରାହ୍ୟ କରିଛନ୍ତି। ପାକିସ୍ତାନ ସରକାର ପିଟିଆଇକୁ ବ୍ୟାନ କରିବା ପାଇଁ ଏପରି ପଦକ୍ଷେପ ନେଉଥିବା ସେ ଅଭିଯୋଗ କରିଛନ୍ତି।

ପଞ୍ଜାବ ପ୍ରଦେଶର କାମଚଳା ସରକାର କହିଛନ୍ତି ଯେ ଖାନଙ୍କ ଜମାନ ପାର୍କ ବାସଭବନରେ ଯେକୌଣସି ମୁହୂର୍ତ୍ତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ। କାରଣ ପିଟିଆଇ ମୁଖ୍ୟ ଧାର୍ଯ୍ୟ ସମୟ ଅନୁସାରେ ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବାରେ ବିଫଳ ହୋଇଛନ୍ତି। ବରିଷ୍ଠ ପୁଲିସ୍‌ ଅଧିକାରୀ ହାସନ ଭାଟ୍ଟି ଗୁରୁବାର ଦାବି କରିଥିଲେ ଯେ ସେମାନେ ଜମାନ ପାର୍କରୁ ୮ ଜଣଙ୍କୁ ଆତଙ୍କୀଙ୍କୁ ଧରିଥିଲେ।

ଏମାନେ ମେ’ ୯ରେ ଆର୍ମି ପ୍ରତିଷ୍ଠାନ ଉପରେ ହୋଇଥିବା ହମଲାରେ ସାମିଲ ଥିଲେ। ଏବେ ସମାନ ଘଟଣାରେ ଆର ୬ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ ଦାବି କରିଛି। ତେବେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଏହାକୁ ଖଣ୍ଡନ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ ପୁଲିସ୍‌ ପ୍ରଥମେ ଗିରଫ ହୋଇଥିବା କିଛି ଲୋକଙ୍କୁ ଜମାନ ପାର୍କକୁ ଆଣିଥିଲା।

ଏହାପରେ ସେଠାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ସମସ୍ତଙ୍କୁ ଦେଖାଇବାକୁ ଚେଷ୍ଟା କରିଥିଲା। ଏବେ ପୁଲିସ୍‌ ବଡ଼ବଡ଼ ମେସିନ ଗନ ଧରି ଜମାନ ପାର୍କ ନିକଟରେ ରହିଛି। ଖାନଙ୍କ ଘରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ମଧ୍ୟ ସିଲ୍‌ କରି ଦିଆଯାଇଛି। ପୂରା ଅଞ୍ଚଳରେ ଜାମର୍ସ ମଧ୍ୟ ଲଗାଯାଇଛି।

ପଞ୍ଜାବ ପ୍ରଦେଶର ଆଇଜି ଓ କ୍ୟାପିଟାଲ ସିଟି ପୁଲିସ୍‌ ଅଫିସରଙ୍କୁ ସତର୍କ ରହିବାକୁ କୁହାଯାଇଛି।

Pakistan Imran Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe