Advertisment

ସୁରକ୍ଷାକର୍ମୀଙ୍କ ଗୁଳିଲେ ୬ ନକ୍ସଲ ଖତମ

ଅପରେସନ ଚାଲିଥିବା ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା।

Naxal

Naxal

Advertisment

ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୬ ଜଣ ହାର୍ଡକୋର ନକ୍ସଲା। ଅବୁଝମାଡ ଜଙ୍ଗଲରେ ଆଜି କିଛି ନକ୍ସଲ ରହିଥିବା ସୂଚନା ମିଳିବା ପରେ ମଧ୍ୟାହ୍ନ ସମୟରେ ଅପରେସନ ଆରମ୍ଭ ହୋଇଥିଲେ।

Advertisment

ସ୍ଥାନୀୟ ପୁଲିସ୍‌ର ସ୍ୱତନ୍ତ୍ର କମାଣ୍ଡଙ୍କ ସହ ମିଳିତ ଭାବେ ନକ୍ସଲ ବିରୋଧୀ ଅପରେସନକୁ ଜୋରଦାର କରାଯାଇଥିଲା। ଅପରେସନ ଚାଲିଥିବା ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି।

ଘଟଣା ସ୍ଥଳରୁ ୬ ନକ୍ସଲଙ୍କ ମୃତଦେହକୁ ଜବତ କରାଯାଇଛି। ମୃତଦେହ ନିକଟରୁ ଏକେ ୪୭, ଏସଏଲଆର ରାଇଫଲ, ଅନ୍ୟ ଅସ୍ତ୍ରଶସ୍ତ୍ର, ବିପୁଳ ପରିମାଣର ବିସ୍ଫୋରକ ଓ ଦୈନିନ୍ଦିନ ବ୍ୟବହାର ଜିନିଷ ଆଦି ଜବତ କରାଯାଇଛି। ଏବେ ଜଙ୍ଗଲରେ ଆଉ କିଛି ନକ୍ସଲ ଲୁଚି ରହିଥିବା ଆଶଙ୍କାରେ ଅପରେସନ ଜାରି ରହିଥିବା ଜଣେ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Advertisment
Chhattisgarh Naxal Attack Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe